ଛାତ୍ରଛାତ୍ରୀଙ୍କୁ ସାଇବର ସୁରକ୍ଷା ପାଠ ପଢ଼ାଇଲା ହଣ୍ଡପା ପୋଲିସ
ବଇଣ୍ଡା: ଡିଜିଟାଲ୍ ଯୁଗରେ ବଢ଼ୁଥିବା ସାଇବର ଠକେଇକୁ ନେଇ ଛାତ୍ରଛାତ୍ରୀଙ୍କୁ ସଚେତନ କରିଛି ହଣ୍ଡପା ପୋଲିସ। ଜନତା ମହାବିଦ୍ୟାଳୟ, ବଇଣ୍ଡା ପରିସରରେ ପୋଲିସ ପକ୍ଷରୁ ଏକ ସାଇବର ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାର ସାଇବର ଠକେଇ, ଅନଲାଇନ୍ ଠକଙ୍କ କୌଶଳ ଏବଂ ଏଥିରୁ ନିଜକୁ ସୁରକ୍ଷିତ ରଖିବାର ଉପାୟ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ବୁଝାଇ ଦିଆଯାଇଥିଲା। ବିଶେଷକରି ଅଜଣା ଲିଙ୍କ୍ରେ କ୍ଲିକ୍ ନକରିବା, କାହା ସହିତ ଓଟିପି ଓ ପାସୱାର୍ଡ ଶେୟାର ନକରିବା ଏବଂ ବ୍ୟକ୍ତିଗତ ତଥ୍ୟ ଅଜଣା ବ୍ୟକ୍ତିଙ୍କୁ ନଦେବାକୁ ପରାମର୍ଶ ଦିଆଯାଇଥିଲା।
ସେହିପରି ସନ୍ଦେହଜନକ ଅନଲାଇନ୍ କାରବାର ଓ ଠକେଇରୁ ଦୂରେଇ ରହିବା ସହ କୌଣସି ପ୍ରକାର ସାଇବର ଠକେଇର ଶିକାର ହେଲେ ତୁରନ୍ତ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଜଣାଇବାକୁ ପୋଲିସ ପକ୍ଷରୁ ଆହ୍ୱାନ କରାଯାଇଥିଲା।
ସଚେତନତା ହିଁ ସାଇବର ଠକେଇ ବିରୋଧରେ ସବୁଠାରୁ ବଡ଼ ସୁରକ୍ଷା କବଚ ବୋଲି କାର୍ଯ୍ୟକ୍ରମରେ ବାର୍ତ୍ତା ଦିଆଯାଇଥିଲା।



