ବର୍ଷାର ବିଭୀଷିକା,ଅସ୍ତବ୍ୟସ୍ତ ହୋଇପଡ଼ିଛି ଖଣିଅଞ୍ଚଳ ବାସୀଙ୍କ ଜୀବନ।
କେନ୍ଦୁଝର ଜିଲ୍ଲାରେ ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ହୋଇପଡ଼ିଛି ଜନଜୀବନ। କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ରେ ଲଗାଣ ବର୍ଷାରେ ଜନଜୀବନ ପ୍ରଭାବିତ ହୋଇଥିବା ପରିଲକ୍ଷିତ ହୋଇଛି। ଲଗାଣ ବର୍ଷା ଯୋଗୁ ବଡ଼ବିଲ ପୌରାଞ୍ଚଳ ବଡ଼ବିଲ ମାର୍କେଟ ରେ ଆଣ୍ଠୁଏ ଆଁଠୁଏ ପାଣି ହେବା ତଳିଆ ଅଞ୍ଚଳରେ ପାଣି ଭର୍ତ୍ତି ହୋଇଥିବା ଦେଖିବାକୁ ମିଳିଛି, ବଡ଼ବିଲ ବଜାର ଅଞ୍ଚଳରେ ଲୋକଙ୍କ ଦୋକାନ ମାନଙ୍କରେ ପାଣି ପଶିଯାଇଥିବା ହୋଇଥିବା ଦେଖିବାକୁ ମିଳିଥିଲା। ଏହିଭଳି ଯଦି ଲଗାଣ ବର୍ଷା ଜାରି ରହିବ ତେବେ ଲୋକଙ୍କ ଜନଜୀବନ ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



