ଲଗାଣ ବର୍ଷାର କରାଳରୂପ ଜାତୀୟ ରାଜପଥରେ ଖସିଲା ମାଟିଅତଡା ଯାତାୟତ ବାଧାପ୍ରାପ୍ତ।
କେନ୍ଦୁଝର ଜିଲ୍ଲାରେ ଲଗାଣ ବର୍ଷାରେ ଜନଜୀବନ ପ୍ରଭାବିତ ହୋଇଛି, ମାଟି ଅତଡା ଖସି ଜାତୀୟ ରାଜପଥ ଉପରେ ମାଟି ଜମା ହେବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ରଗୁଡ଼ି ଥାନା ଅନ୍ତର୍ଗତ ଦେଇ ଯାଇଥିବା ଜାତୀୟ ରାଜପଥ ୫୨୦ ନମ୍ୱର ବାରବାଙ୍କ ନିକଟରେ ପାହାଡ଼ରୁ ମାଟି ଅତଡା ଖସି ଆସିବାରୁ ଚାରିଟିକିଆ ରାସ୍ତା ରୁ ଗୋଟିଏପାଖ ରାସ୍ତା ଅବରୋଧ ହୋଇଥିବା ପରିଲକ୍ଷିତ ହୋଇଛି, ଯେଉଁଥିରେ ଯାତାୟତ ବାଧାପ୍ରାପ୍ତ ହୋଇଥିବା ବେଳେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଗୋଟାଏପାଖ ରାସ୍ତା ଦେଇ ଗାଡ଼ିଗୁଡ଼ିକୁ ଯାତାୟତ ସ୍ଵାଭାବିକ କରିଥିବା ନେଇ ସୂଚନା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ




