ଭଉଣୀମାନଙ୍କ ସ୍ନେହରେ ଭାବବିହ୍ୱଳ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା
ଛେଣ୍ଡିପଦା: ରକ୍ଷାବନ୍ଧନ ଅବସରରେ ଭଉଣୀମାନଙ୍କ ସ୍ନେହ ଓ ଆଶୀର୍ବାଦରେ ଭାବବିହ୍ୱଳ ହୋଇଛନ୍ତି ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା। ଏହି ପବିତ୍ର ଦିନରେ ଭଉଣୀମାନେ ସ୍ନେହପୂର୍ବକ ତାଙ୍କ ହାତରେ ରକ୍ଷାସୂତ୍ର ବାନ୍ଧି ଆଶୀର୍ବାଦ ପ୍ରଦାନ କରିଥିଲେ।
ଏହି ଅବସରରେ ବିଧାୟକ ଶ୍ରୀ ବେହେରା କହିଛନ୍ତି, “ଭଉଣୀମାନଙ୍କର ଏହି ଅପାର ସ୍ନେହ, ଆଶୀର୍ବାଦ ଓ ଭାବ ସର୍ବଦା ମୋ ଉପରେ ଏମିତି ହିଁ ରହିଥାଉ। ଭଉଣୀମାନଙ୍କ ଭଲପାଇବା ଓ ଆଶୀର୍ବାଦ ହିଁ ମୋ ପାଇଁ ସବୁଠାରୁ ବଡ଼ ଶକ୍ତି। ଏହା ହିଁ ମୋର କାମନା।”
ରକ୍ଷାବନ୍ଧନର ଏହି ଭାବପୂର୍ଣ୍ଣ ମୁହୂର୍ତ୍ତ ଭାଇ-ଭଉଣୀଙ୍କ ମଧ୍ୟରେ ଥିବା ଅତୁଟ ସ୍ନେହ ଓ ସମ୍ପର୍କର ନିଆରା ଉଦାହରଣ ପାଲଟିଛି।



