‘ଦଳ ପାଇଁ ନୁହେଁ, ଓଡ଼ିଶା ପାଇଁ ଠିଆ ହୁଅନ୍ତୁ’: ବିଜେପି ସାଂସଦଙ୍କୁ ନବୀନଙ୍କ ଚିଠି
ଭୁବନେଶ୍ୱର: MMDR ସଂଶୋଧନ ବିଲ୍କୁ ନେଇ ଓଡ଼ିଶାର ରାଜନୀତି ଉଷ୍ମ ହୋଇଥିବା ବେଳେ ବିଜେପି ସାଂସଦମାନଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଓଡ଼ିଶାର ସ୍ୱାର୍ଥ ଓ ରାଜ୍ୟର ଖଣିଜ ସମ୍ପଦ ଅଧିକାର ପ୍ରସଙ୍ଗ ଉଠାଇ ସେ ରାଜ୍ୟର ସମସ୍ତ ବିଜେପି ସାଂସଦଙ୍କୁ ଏହି ଚିଠି ଲେଖିଥିବା ସୂଚନା ମିଳିଛି।
ଚିଠିରେ ନବୀନ ଉଲ୍ଲେଖ କରିଛନ୍ତି ଯେ, ପ୍ରସ୍ତାବିତ MMDR ସଂଶୋଧନ ଦ୍ୱାରା ଓଡ଼ିଶାର ଖଣିଜ ସମ୍ପଦ ଉପରେ ରାଜ୍ୟର ଅଧିକାର କ୍ଷୁଣ୍ଣ ହେବାର ଆଶଙ୍କା ରହିଛି। ତେଣୁ ରାଜ୍ୟର ସ୍ୱାର୍ଥକୁ ପ୍ରାଥମିକତା ଦେଇ ସଂଶୋଧନ ପ୍ରତ୍ୟାହାର ପାଇଁ କେନ୍ଦ୍ର ନିକଟରେ ଦାବି ରଖିବାକୁ ସେ ବିଜେପି ସାଂସଦମାନଙ୍କୁ ଆହ୍ୱାନ ଦେଇଛନ୍ତି।
ନବୀନଙ୍କ ବାର୍ତ୍ତାର ମୁଖ୍ୟ ଆହ୍ୱାନ—ଦଳୀୟ ରାଜନୀତିଠାରୁ ଉପରେ ଉଠି ଓଡ଼ିଶାର ସ୍ୱାର୍ଥ ପାଇଁ ସ୍ୱର ଉଠାଇବା।
MMDR ସଂଶୋଧନକୁ ନେଇ ଉଭୟ ପକ୍ଷର ରାଜନୈତିକ ଆଭିମୁଖ୍ୟ ମଧ୍ୟରେ ନବୀନଙ୍କ ଏହି ଚିଠି ରାଜ୍ୟ ରାଜନୀତିରେ ନୂଆ ଚର୍ଚ୍ଚାକୁ ଜନ୍ମ ଦେଇଛି।



