ଆପ୍ ର ବ୍ଲକ ସ୍ତରୀୟ ବୈଠକ, କେନ୍ଦ୍ର ଖଣି ଆଇନକୁ ଆମ୍ ଆଦମୀ ପାର୍ଟିର ବିରୋଧ
ଭୁବନ : ଭୁବନ ବ୍ଲକରେ ଆମ୍ ଆଦମୀ ପାର୍ଟିର ସାଙ୍ଗଠନିକ ବୈଠକ ଧଳପଡା ମଝିପାଳ ଶିବ ମନ୍ଦିର ଠାରେ ବନମାଳୀ କବିଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଦଳର ରାଜ୍ୟ ସଂଗଠନ ସମ୍ପାଦକ ଭରତ କୁମାର ଦାସ ଯୋଗଦେଇ କେନ୍ଦ୍ର ବିଜେପି ସରକାର ଓଡ଼ିଶାର ଖଣିଖାଦାନକୁ ଲୁଟିବାପାଇଁ ୧୯୫୭ ମସିହାର ଆଇନ ବଦଳାଇ ରାଜ୍ୟର ବକେୟା ଥିବା ପ୍ରାୟ ଏକ ଲକ୍ଷ କୋଟି ରାଜସ୍ବ ହାନି ହୋଇଥିବା ବେଳେ ଓଡ଼ିଶା ବାର୍ଷିକ ପ୍ରାୟ ୧୫ ହଜାର କୋଟି ରାଜସ୍ବ ହରାଇବ। ଏହାର ପ୍ରତିବାଦରେ ଆମ୍ ଆଦମୀ ପାର୍ଟି ପକ୍ଷରୁ ଆସନ୍ତା ସେପ୍ଟେମ୍ବର ୯ ତାରିଖରେ ଭୁବନେଶ୍ୱର ଲୋୟର ପିଏମଜି ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯିବ। ଏହି ବିକ୍ଷୋଭ ପ୍ରଦର୍ଶନରେ ଜିଲ୍ଲାବାସୀ ବହୁ ସଂଖ୍ୟାରେ ଯୋଗଦେବା ପାଇଁ ଆହ୍ୱାନ ଦେଇଥିଲେ। ସେପ୍ଟେମ୍ବର ପ୍ରଥମ ସପ୍ତାହରେ କେନ୍ଦ୍ରୀୟ ପ୍ରଭାରୀ ସାଙ୍ଗଠନିକ ସ୍ଥିତି ସୁଦୃଢ କରିବାପାଇଁ ଭୁବନ ବ୍ଲକ ଗସ୍ତରେ ଆସୁଛନ୍ତି ବୋଲି ଜିଲ୍ଲା ସଭାପତି ପଙ୍କଜ ନାୟକ କାର୍ଯ୍ୟକର୍ତ୍ତା ମାନଙ୍କୁ ସୂଚନା ଦେଇଥିଲେ। ବ୍ଲକରେ ଅନେକ ବୃଦ୍ଧବୃଦ୍ଧା ଭତ୍ତlରୁ ବଞ୍ଚିତ ଥିବାବେଳେ ଅନେକ ଗରିବ ଲୋକ ଆବାସ ଯୋଜନାରେ ବଞ୍ଚିତ ରହିଛନ୍ତି ବୋଲି, ଅନିଲ ପରିଡ଼ା, ବୁଲୁ ବେହେରା, ଅଂଚଳ ପାତ୍ର, ଶଙ୍କର ପାତ୍ର, ବିଶ୍ୱଜିତ ନାୟକ ପ୍ରମୁଖ ମତାମତ ଦେଇଥିଲେ। ଜିଲ୍ଲା ଉପସଭାପତି ପ୍ରସନ୍ନ ବରାଳ ଧନ୍ୟବାଦ ଅର୍ପଣ କରିଥିଲେ।



