ବଡ଼ବିଲ ପୌରାଞ୍ଚଳରେ ବିଭିନ୍ନ ସ୍ଥାନରେ କୁଢ଼କୁଢ଼ ଅଳିଆ ଆବର୍ଜ୍ଜନା,ପାଳନ ହେଉଛି ସ୍ୱାୟତ୍ତଶାସନ ଦିବସ।
ଆଜି ସମଗ୍ର ଓଡ଼ିଶାରେ ପାଳନ ହେଉଛି ସର୍ବଭାରତୀୟ ସ୍ୱାୟତ୍ତ ଶାସନ ଦିବସ, ସେହି ପରିପ୍ରେକ୍ଷୀରେ ବଡ଼ବିଲ ପୌରପାଳିକା ପକ୍ଷରୁ ମଧ୍ୟ ବହୁ ଆଡ଼ମ୍ବର ସହକାରେ ପାଳନ ହେଉଛି ସ୍ୱାୟତ୍ତ ଶାସନ ଦିବସ ଏବଂ ସନ୍ଧ୍ୟା ସମୟରେ ଏକ ସ୍ୱତନ୍ତ୍ର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ରହିଥିବା ନେଇ ସୂଚନା। ଏବଂ ପୌରପାଳିକା ପକ୍ଷରୁ ବଡ଼ବିଲ ପୌରାଞ୍ଚଳରେ ଥିବା ସମସ୍ତ ମହାପୁରୁଷ ମାନଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି, ଏସବୁ ମଧ୍ୟରେ ବିଡ଼ମ୍ବନାର ବିଷୟ ବଡ଼ବିଲ ପୌରାଞ୍ଚଳର ବିଭିନ୍ନ ସ୍ଥାନରେ କୁଢ଼କୁଢ଼ ଅଳିଆ ଆବର୍ଜ୍ଜନା ଦେଖିବାକୁ ମିଳିଛି, ଏବଂ ପୌରପାଳିକା ପାଳନ କରୁଛି ସ୍ୱାୟତ୍ତ ଶାସନ ଦିବସ ଓ ପରିତାପର ବିଷୟ ବଡ଼ବିଲ ପୌରକାର୍ଯ୍ୟାଳୟ ଥିବା ୱାର୍ଡ଼ ନମ୍ବର୍ ପନ୍ଦରରେ ଅନେକ ସ୍ଥାନରେ ଅତି ଦୟନୀୟ ଅବସ୍ଥାରେ ଅଳିଆ ଆବର୍ଜ୍ଜନା ପଡିରହିଥିବା ଦେଖିବାକୁ ମିଳିଛି, ଆମେ ଯେଉଁ ଦୃଶ୍ୟ ଆପଣଙ୍କୁ ଦେଖାଉଛୁ ଅଧିକାଂଶ ଦୃଶ୍ୟ ୱାର୍ଡ଼ ନମ୍ବର୍ ପନ୍ଦରର ହୋଇଥିବା ବେଳେ ତା ସାଙ୍ଗକୁ ମାତ୍ର ଆଉ ଗୋଟିଏ ଦୁଇଟି ୱାର୍ଡ଼ର ଦୃଶ୍ୟ ଆପଣଙ୍କୁ ଦେଖାଉଛୁ ଏଥିରୁ ଅନୁମାନ କରନ୍ତୁ ସମସ୍ତ ପନ୍ଦର ଗୋଟି ୱାର୍ଡ଼ର ଦୃଶ୍ୟ କିପରି ଥିବ ,ଏଥିରେ ଆମେ କାହାକୁ ଆକ୍ଷେପ କରୁନାହୁ କିନ୍ତୁ ଅଧିକାରୀଙ୍କ ଦୃଷ୍ଟିଗୋଚର କରିବାକୁ ଏକ ଛୋଟ ପ୍ରୟାସ ମାତ୍ର। ଖାଲି ମୁଖ୍ୟରାସ୍ତା କଡ଼ରେ ସଫେଇ କାର୍ଯ୍ୟକ୍ରମ କରିଲେ ସ୍ୱଚ୍ଛ ଭାରତ ଅଭିଯାନ ପୂରଣ ହେବନାହିଁ କି ସ୍ୱଚ୍ଛ ସୁନ୍ଦର ଆମ ବଡ଼ବିଲ ସହର ନାରା ପୂରଣ ହେବନାହିଁ।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



