ଅନୁଗୁଳ ତାଳଚେର କଣିହାଁ ବ୍ଲକ କଂଗ୍ରେସ କମିଟିର କର୍ମକର୍ତ୍ତାକୁ ସମ୍ବର୍ଦ୍ଧନା ଓସାଙ୍ଗଠନିକ ବୈଠକ ** ଅନୁଷ୍ଠିତ ,
ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସମଲ ବିଷ୍ଟୁ ମନ୍ଦିର ପରିସରରେ କଣିହାଁ ବ୍ଲକ କଂଗ୍ରେସ କମିଟି ପକ୍ଷରୁ କର୍ମକର୍ତ୍ତା କୁ ସମ୍ବର୍ଦ୍ଧନା ଓ ସାଙ୍ଗଠନିକ ବୈଠକ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି। ବ୍ଲକ କଂଗ୍ରେସ କମିଟିର ନେତୃବୃନ୍ଦ, କର୍ମକର୍ତ୍ତା ଓ ବହୁ ସଂଖ୍ୟକ ଦଳୀୟ କର୍ମୀ ଏହି ବୈଠକରେ ଯୋଗଦେଇଥିଲେ।
ବୈଠକରେ କଣିହାଁ ବ୍ଲକରେ କଂଗ୍ରେସ ସଂଗଠନକୁ ତୃଣମୂଳସ୍ତରରେ ଅଧିକ ସୁଦୃଢ଼ ଓ ସକ୍ରିୟ କରିବା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଗ୍ରାମାଞ୍ଚଳରେ ଦଳୀୟ କାର୍ଯ୍ୟକ୍ରମକୁ ଅଧିକ ଗତିଶୀଳ କରିବା, ସାଧାରଣ ଲୋକଙ୍କ ସମସ୍ୟାକୁ ଗୁରୁତ୍ୱ ଦେଇ ତାହାର ସମାଧାନ ପାଇଁ ସ୍ୱର ଉଠାଇବା ସହିତ ଦଳର ନୀତି ଓ ଆଦର୍ଶକୁ ଲୋକଙ୍କ ନିକଟରେ ପହଞ୍ଚାଇବା ନେଇ ନେତା ଓ କର୍ମୀମାନେ ମତବ୍ୟକ୍ତ କରିଥିଲେ।ଏହି ଅବସରରେ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା କଣିହାଁ ବ୍ଲକ କଂଗ୍ରେସ କମିଟିର ବିଭିନ୍ନ କର୍ମକର୍ତ୍ତାଙ୍କୁ ଦଳ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ନୂତନ କର୍ମକର୍ତ୍ତାମାନେ ଦଳର ସଂଗଠନକୁ ମଜବୁତ କରିବା ସହ ଦଳୀୟ କାର୍ଯ୍ୟକ୍ରମକୁ ତୃଣମୂଳସ୍ତରରେ ପହଞ୍ଚାଇବା ପାଇଁ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ ଦିଆଗଲା,ତାପରେ ବିଷ୍ଣୁ ମନ୍ଦିର ଠାରୁ ସମଲ ଚିଫ ଇଞ୍ଜିନିୟର ଅଫିସ ପର୍ଯ୍ୟନ୍ତ ୨ ଶହ ଲୋକଙ୍କୁ ନେଇ ପଦଯାତ୍ରା କରି ୬ଦଫା ଦାବି ପତ୍ର ନେଇ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ଙ୍କ ଆହ୍ୱାନକ୍ରମେ କଣିହାଁ ବ୍ଲକ କଂଗ୍ରେସ ର ସମସ୍ତ କର୍ମକର୍ତ୍ତା ବ୍ଲକ ସଭାପତି ଏବଂ ସ୍ଥାନୀୟ ଯୁବନେତା ସୁବ୍ରତ ଗଡ଼ନାୟକ ଙ୍କ ନେତୃତ୍ୱ ରେ ଅଞ୍ଚଳ ର ଜମି ହରା କ୍ଷତିଗ୍ରସ୍ତ ପ୍ରଜା ଙ୍କ ସ୍ୱାର୍ଥ ପାଇଁ ସମଲ ବ୍ୟାରେଜ ସ୍ଥିତ ଚିଫ ଇଞ୍ଜିନିୟର ଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି l ସମଲ ବ୍ୟାରେଜ ଠାରୁ ଜଳ ନେଉ ଥିବା କମ୍ପାନୀ JSPL, NTPC, JITPL, MCL ପ୍ରମୁଖ କମ୍ପାନୀ ଗୁଡିକ ସମଲ ବ୍ୟାରେଜ ଦ୍ୱାରା କ୍ଷତି ଗ୍ରସ୍ତ ଜମି ହରା ପ୍ରଜାଙ୍କୁ ନିଯୁକ୍ତି ଏବଂ ଜିନ୍ଦଲ କମ୍ପାନୀ ସମଲ ବ୍ୟାରେଜ ନଦୀ ମଧ୍ୟ ଦେଇ ନେଉଥିବl ପାଇପ ଲାଇନ କୁ ବନ୍ଦ କରିବା, ସମସ୍ତ କମ୍ପାନୀ csr ଫଣ୍ଡ କୁ କ୍ଷତିଗ୍ରସ୍ତ ପ୍ରଜା ଗ୍ରାମ ଗୁଡିକରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନା ଗମନ ପାଇଁ ଅନୁଦାନ ପ୍ରଦାନ ସମସ୍ତ ପରିବାର କୁ ୨୦୦ୟୁନିଟ ବିଜୁଳି ମାଗଣା ସହିତ କୃଷି ପାଇଁ ସମ୍ପୂର୍ଣ ମାଗଣା ବିଜୁଳି ପ୍ରଦାନ ପ୍ରମୁଖ ୬ଟି ଦାବି କରାଯାଇଛି l ଆଗାମୀ ଏକ ମାସ ମଧ୍ୟରେ ଯଦି ଦାବି ପୁରଣ କରା ନଯାଏ ତାହା ହେଲେ କଂଗ୍ରେସ ଦଳ ଲୋକଙ୍କ ସ୍ୱାର୍ଥ ପାଇଁ ଗଣତlନ୍ତ୍ରିକ ଉପାୟରେ ବିରୋଧ ହେବ ବୋଲି ଗଣମାଧ୍ୟମ ଙ୍କୁ କହିଛନ୍ତି, କଣିହାଁ ରୁ ସୁନୀଲ କୁମାର ସାମଲ ଙ୍କ ରିପୋର୍ଟ,



