ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘର ପୃର୍ବତନ ସାଧାରଣ ସଂପାଦକ ଙ୍କ ପରଲୋକ

ଯାଜପୁର __ ଯାଜପୁର ଜିଲ୍ଲା ଦଶରଥପୁର ବ୍ଳକ ଅନ୍ତର୍ଗତ କର୍ଣ୍ଣ ପୁର ଗ୍ରାମରେ ଜନ୍ମଗ୍ରହଣ କରିଥିବା ବରିଷ୍ଠ ଶିକ୍ଷକ ନେତା ତଥା ଯାଜପୁର ଜିଲ୍ଲା ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘର ପୃର୍ବତନ ସଂପାଦକ ତଥା ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘର ରାଜ୍ୟ ସାଧାରଣ ସଂପାଦକ ପୀତବାସ ବେଉରିଆଙ୍କ ଆଜି ଦିନ ଦୁଇଟା କୋଡ଼ିଏ ରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା।ସେ ଜୟଚଣ୍ଡି ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ରୁପେ କାର୍ଯ୍ୟ କରିଥିଲେ।ଏବଂ ଜୟଚଣ୍ଡି ଉଚ୍ଚତର ବିଦ୍ୟାଳୟର ପ୍ରାଣ ପ୍ରତିଷ୍ଠାତା ଥିଲେ।ଓ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘର ମୁଖପାତ୍ର ଶିକ୍ଷା ପ୍ରଦିପର ସଂପାଦକ ଥିଲେ।ସେ ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ଥିଲେ। ତାଙ୍କର ମୃତ ଦେହ ଜୟଚଣ୍ଡି ଉଚ୍ଚତର ବିଦ୍ୟାଳୟ, ଜୟଚଣ୍ଡି ଉଚ୍ଚ ବିଦ୍ୟାଳୟ, ମଙ୍ଗଳପୁରର ମହାଢାବ ହାଇସ୍କୁଲକୁ ଏକ ଶୋଭାଯାତ୍ରାରେ ନିଆଯାଇ ପରେ ଯାଜପୁର ଟାଉନ୍ ସ୍ଥିତ ବାରୁଣି ପଡ଼ିଆକୁ ନିଆଯାଇ ସେଠାରେ ତାଙ୍କର ଶବ ସତ୍କାର କରାଯାଇଥିଲା।ସେ ବାମପନ୍ଥୀ ଚିନ୍ତାଧାରା ବ୍ୟାକ୍ତି ଥିଲେ। ତାଙ୍କର ପରଲୋକରେ ଦିଗାମ୍ବର ସାହୁ, ବଂଶିଧର ଦାଶ, ଡଃ ବିଜୟ ସାମଲ, ଚନ୍ଦ୍ରକାନ୍ତ ନାୟକ, ଶିଶିର ଶତପଥୀ,ଯୁବ ସାମ୍ବାଦିକ ସରୋଜ କୁମାର ସାହୁ,ପ୍ରଶାନ୍ତ ନାୟକ, ନିରଞ୍ଜନ ସାମଲ, ମିନକେତନ ପୁହାଣ, ଖରସ୍ରୋତା ପୁସ୍ତକ ମେଳା କମିଟିର ସଭାପତି ପଦ୍ମାକର ଗୁରୁ, ସୁଶାନ୍ତ ନାୟକ, ନାରାୟଣ ଚନ୍ଦ୍ର ଦାସ ଙ୍କ ସମେତ ବହୁ ଶିକ୍ଷାବିତ ଗଭୀର ଶୋକବ୍ୟକ୍ତ କରିଛନ୍ତି।଼



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/09/Picsart_26-05-14_06-19-38-643-3-scaled.jpg)