ଦୀର୍ଘ ବର୍ଷ ପରେ ଢେଙ୍କାନାଳରେ ରୟାଲ ସର୍କସ: ମନଫଟ ପଡ଼ିଆରେ ଜମୁଛି ଦର୍ଶକଙ୍କ ଭିଡ଼

ଢେଙ୍କାନାଳ: ଦୀର୍ଘ ବର୍ଷର ବ୍ୟବଧାନ ପରେ ଢେଙ୍କାନାଳ ସହରରେ ପୁଣିଥରେ ସର୍କସର ରୋମାଞ୍ଚ ଫେରିଛି। ଜୁବୁଲି ଟାଉନ୍ ସ୍ଥିତ ମନଫଟ ପଡ଼ିଆରେ ରୟାଲ ସର୍କସର ଶୁଭାରମ୍ଭ ହୋଇଛି।
ରୟାଲ ସର୍କସ ପକ୍ଷରୁ ଦର୍ଶକଙ୍କ ପାଇଁ ନୂଆ ନୂଆ ରୋମାଞ୍ଚକର ଓ ଆକର୍ଷଣୀୟ ସର୍କସ ପ୍ରଦର୍ଶନ କରାଯାଉଛି। ବିଭିନ୍ନ କଳାକୌଶଳ, ରୋମାଞ୍ଚକର ପ୍ରଦର୍ଶନ ଓ ମନୋରଞ୍ଜନଭରା କାର୍ଯ୍ୟକ୍ରମ ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରୁଛି।
ଦୀର୍ଘ ସମୟ ପରେ ସହରରେ ସର୍କସ ଆସିଥିବାରୁ ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବଡ଼ମାନଙ୍କ ମଧ୍ୟରେ ମଧ୍ୟ ଉତ୍ସାହ ଦେଖାଦେଇଛି। ପ୍ରତିଦିନ ରୟାଲ ସର୍କସ ଦେଖିବା ପାଇଁ ମନଫଟ ପଡ଼ିଆରେ ଦର୍ଶକଙ୍କ ଭିଡ଼ ଜମୁଥିବା ଦେଖିବାକୁ ମିଳୁଛି।
ଢେଙ୍କାନାଳବାସୀଙ୍କ ପାଇଁ ରୟାଲ ସର୍କସ ଏବେ ମନୋରଞ୍ଜନର ଏକ ନୂଆ ଆକର୍ଷଣ ପାଲଟିଛି।




![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/09/Picsart_26-05-14_06-19-38-643-3-scaled.jpg)