ଗୁରୁ ପୂଜନୋସବ ଓ ବନ୍ଧୁମିଳନ ଏବଂ ପୁସ୍ତକ ଉନ୍ମୋଚନ
ଯାଜପୁର _ ଯାଜପୁର ଜିଲ୍ଲା ବିଂଝାରପୁର ନିକଟସ୍ଥ ଗୋବିନ୍ଦପୁର ନିକଟବର୍ତ୍ତୀ ଚଣ୍ଡିଆଗଡି ଉଚ୍ଚ ବିଦ୍ୟାଳୟରେ ବ୍ଳକ ଆନୁକୂଲ୍ୟରେ ବ୍ଳକସ୍ଥ ସମସ୍ତ ପ୍ରାଥମିକ,ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ତଥା ଶିକ୍ଷା ବିଭାଗୀୟ କର୍ମଚାରୀ ମାନଙ୍କର ଏକ ଗୁରୁପୁଜନୋସବ ଓ ବନ୍ଧୁମିଳନ ଉତ୍ସବ ଏବଂ ଅବସରପ୍ରାପ୍ତ ଅଣୁ ଶିକ୍ଷା ନିରୀକ୍ଷକ ତଥା ବରିଷ୍ଠ ସମାଜସେବୀ ନରହରି ପାତ୍ର ସ୍ୱନକ୍ଷତ୍ର ଉତ୍ସବ କମିଟି ପକ୍ଷରୁ ଏକ ପୁସ୍ତକ ଉନ୍ମୋଚନ ହୋଇଯାଇଛି।ଏବଂ ଉଲ୍ଲେଖ ନୀୟ ଅବଦାନ ପାଇଁ କିଛି ଶିକ୍ଷକ ଓ ବ୍ୟକ୍ତି ବିଶେଷ ଙ୍କୁ ମାନପତ୍ର, ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଅତିଥି ମାନଙ୍କ ମଧ୍ୟରେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ପଣ୍ଡିତ ମହେଶ୍ଵର ନନ୍ଦ, ପ୍ରାକ୍ତନ ଆସିଷ୍ଟାଣ୍ଟ ଜେନେରାଲ ମ୍ୟାନେଜର ରିଜର୍ଭ ବ୍ୟାଙ୍କ ଭୁବନେଶ୍ୱର ର ଚକ୍ରଧର ଦାସ,କରୁଣାକର ସାମଲ,ପ୍ରଧାନ ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇ ଥିଲେ



