ଶିକ୍ଷକ ଦିବସ ଅବସରରେ ଷ୍ଟଡି ଲାଇଫ୍ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ରରେ ଗୁରୁ-ଶିଷ୍ୟ ଅନନ୍ୟ ପରମ୍ପରାର ଅମୂଲ୍ୟ ଉତ୍ସବ
ଢେଙ୍କାନାଳ, ୫/୯: ଢେଙ୍କାନାଳ ସହରସ୍ଥିତ ଷ୍ଟଡି ଲାଇଫ୍ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ର,କୁଞ୍ଜକାନ୍ତ ପରିସରରେ ପବିତ୍ର ଶିକ୍ଷକ ଦିବସ ଉତ୍ସାହ ଓ ଆନନ୍ଦର ସହିତ ପାଳିତ ହୋଇଯାଇଛି। ଗୁରୁ-ଶିଷ୍ୟ ପରମ୍ପରାର ମହତ୍ତ୍ୱକୁ ସ୍ମରଣ କରି ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିକ୍ଷକମାନଙ୍କୁ ସମ୍ମାନ ଜଣାଇବା ସହିତ ଛାତ୍ରଛାତ୍ରୀଙ୍କ ସଫଳତାକୁ ମଧ୍ୟ ପ୍ରୋତ୍ସାହିତ କରାଯାଇଥିଲା।
କାର୍ଯ୍ୟକ୍ରମରେ ନାଗିଆପଶି ହାଇସ୍କୁଲର ବରିଷ୍ଠ ବିଜ୍ଞାନ ଶିକ୍ଷକ ଶ୍ରୀ ମଧୁସୂଦନ ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷକ ଦିବସର ମହତ୍ତ୍ୱ ଏବଂ ଛାତ୍ରଛାତ୍ରୀଙ୍କ ଜୀବନ ଗଠନରେ ଶିକ୍ଷକଙ୍କ ଭୂମିକା ସମ୍ପର୍କରେ ମୂଲ୍ୟବାନ ମତବ୍ୟକ୍ତ କରିଥିଲେ।
ଏହି ଅବସରରେ ଷ୍ଟଡି ଲାଇଫ୍ ଇନଷ୍ଟିଚ୍ୟୁଟ୍ର ନିର୍ଦ୍ଦେଶକ ଶ୍ରୀ ଆଶିଷ କୁମାର ପଣ୍ଡା ଶିକ୍ଷକମାନଙ୍କ ନିଷ୍ଠା, ତ୍ୟାଗ ଓ ଅବଦାନକୁ ପ୍ରଶଂସା କରିଥିଲେ। ଅନୁଷ୍ଠାନର ସେକ୍ରେଟାରୀ କମ୍ ଏକାଡେମିକ୍ କୋ-ଅର୍ଡିନେଟର ଅଭିନାଶ ସାର୍ ମଧ୍ୟ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ସହିତ ଶୃଙ୍ଖଳା, ନୈତିକତା ଓ ମାନବିକ ମୂଲ୍ୟବୋଧକୁ ଜୀବନରେ ଆପଣେଇବା ପାଇଁ ପରାମର୍ଶ ଦେଇଥିଲେ।
କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅନ୍ୟାନ୍ୟ ଶିକ୍ଷକ ଓ ଶିକ୍ଷୟତ୍ରୀ ରଞ୍ଜିତ କୁମାର ସାହୁ, ଅଙ୍କିତା ଦାଶ ଓ ପ୍ରିୟଙ୍କା ସାହୁଙ୍କୁ ସମ୍ମାନୀତ କରାଯାଇଥିଲା ।
ଏହି ଅବସରରେ ଶିକ୍ଷାକ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଅନୁଷ୍ଠାନର ଟପର୍ ଛାତ୍ରୀ ଇପ୍ସିତ ଦାସଙ୍କୁ ସମ୍ମାନିତ କରାଯାଇଥିଲା। ସେହିପରି ଅନୁଷ୍ଠାନ ପକ୍ଷରୁ ଆୟୋଜିତ ସୋସିଆଲ୍ ମିଡିଆ କଣ୍ଟେଷ୍ଟର ବିଜେତା ମୋନାଲିସା ସାହୁ ଓ କାହ୍ନାଜୀ ମହାରଣାଙ୍କୁ ମଧ୍ୟ ପୁରସ୍କୃତ ଓ ସମ୍ମାନିତ କରାଯାଇଥିଲା।
ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ସ୍ନେହ, ସମ୍ମାନ ଓ ଆତ୍ମୀୟତାର ଏହି ଉତ୍ସବ ସମସ୍ତଙ୍କ ମନରେ ଏକ ସ୍ମରଣୀୟ ଅନୁଭୂତି ସୃଷ୍ଟି କରିଥିଲା। ଶେଷରେ ଉପସ୍ଥିତ ସମସ୍ତ ଅତିଥି, ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଅର୍ପଣ ସହ କାର୍ଯ୍ୟକ୍ରମର ସମାପନ କରାଯାଇଥିଲା।

September 6, 2026/
No Comments


