
୮୯ତମ ତାଳଚେର ପ୍ରଜାମଣ୍ଡଳ ଦିବସ ପାଳିତ ହୋଇଯାଇଛି ,
ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ କଣିହାଁଠାରେ ଆୟୋଜିତ ୮୯ତମ ପ୍ରଜାମଣ୍ଡଳ ଦିବସ ପାଳିତ ହୋଇଛି, ଏହି ଗୌରବମୟ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଅନୁଗୁଳ ଜିଲ୍ଲା ର ଜିଲ୍ଲା କମିଟି ବୋର୍ଡଅଦକ୍ଷ ପାଲହଡା ବିଧାୟକ ଅଶୋକ ମହାନ୍ତି ଓ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଓ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ , NTPC ମୁଖ୍ୟ ପ୍ରବନ୍ଧକ MCL ର ପ୍ରବନ୍ଧ ଦିନେଶ ମାହାଳିକ ଓ ଉପଜିଲ୍ଲା ଆଶିଷ ରଞ୍ଜନ ସାହୁ ଯୋଗଦେଇ ଅମର ସ୍ୱାଧୀନତା ସଂଗ୍ରାମୀମାନଙ୍କ ତ୍ୟାଗ ଓ ବୀରତ୍ୱକୁ ସ୍ମରଣ କରିବା ସହ ସେମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ
ମାତୃଭୂମିର ସ୍ୱାଧୀନତା ଓ ଦେଶର ଗଣତାନ୍ତ୍ରିକ ଅଧିକାର ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ସଂଗ୍ରାମୀମାନଙ୍କ ଅବଦାନ ଚିରସ୍ମରଣୀୟ ବୋଲି କାର୍ଯ୍ୟକ୍ରମରେ ମତପ୍ରକାଶ ପାଇଥିଲା।
ଏହି କାର୍ଯ୍ୟକ୍ରମ ରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧିଜୀବୀ ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ପ୍ରଜାମଣ୍ଡଳ ଆନ୍ଦୋଳନର ଐତିହାସିକ ଗୁରୁତ୍ୱ ଓ ସଂଗ୍ରାମୀମାନଙ୍କ ଅବଦାନ ଉପରେ ଆଲୋଚନା କରାଯାଇଥିଲା।ଏହି କାର୍ଯ୍ୟକ୍ରମ କୁ ନିଜେ ଉପଜିଲ୍ଲାପାଳ ଆଶିଷ କୁମାର ସାହୁ ମହୋଦୟ କାଯ୍ୟ ଆୟୋଜକ କରିବା ଶହ ପରିଚାଳନା ମଧ୍ୟ କରି ଥିଲେ ଏବଂ ପ୍ରଜାମଣ୍ଡଳ ସଂଗ୍ରାମୀ ମାନଙ୍କ ପରିବାରଙ୍କୁ ମଞ୍ଚରେ ସନ୍ମlନିତ ଓ ସଂମ୍ବଦ୍ଧନା କରାଯାଇଥିଲା, କଣିହାଁ ରୁ ସୁନୀଲ କୁମାର ସାମଲ ଙ୍କ ରିପୋର୍ଟ,



