ଘରବାରୀ ପଟ୍ଟା ପ୍ରଦାନ ନିମନ୍ତେ ବନଖଣ୍ଡ ଅଧିକାରୀଙ୍କୁ ନିବେଦନ
ଢେଙ୍କାନାଳ, ୮/୯ : ଘରବାରୀ ପଟ୍ଟା ପ୍ରଦାନ ନିମନ୍ତେ ବି.କେ.ଏମ୍.ୟୁ. ଜିଲ୍ଲା ପରିଷଦ ଓ ଗ୍ରାମବାସୀଙ୍କ ପକ୍ଷରୁ ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କୁ ନିବେଦନ କରିଛନ୍ତି । ପ୍ରକାଶ ଯେ, ଜିଲ୍ଲାରେ ସାବକ କିସମ ଜଙ୍ଗଲ ଜମିରେ ବହୁ ଗରିବ ପ୍ରଜା ଦୀର୍ଘଦିନ ହେବ ଘର କରି ରହିଆସୁଛନ୍ତି । ବର୍ତମାନ ପିଲାମାନଙ୍କ ପାଠ ପଢାରେ ବିଭିନ୍ନ ପ୍ରକାର ପ୍ରମାଣପତ୍ର ଦରକାର ଥିବାରୁ ପିଲାମାନେ ସେମାନଙ୍କର ପିତାମାତାଙ୍କ ନାମରେ ଜମିର ପଟ୍ଟା ନଥୁବାରୁ ପ୍ରମାଣପତ୍ର ଦେଇପାରୁ ନାହାଁନ୍ତି, ତେଣୁ ସେମାନେ ଉଚ୍ଚ ଶିକ୍ଷାରୁ ବଂଚିତ ହେଉଛନ୍ତି । ନିକଟରେ ଓଡାପଡା ତହସିଲଦାରଙ୍କ ଅଧୁନରେ ଥିବା ଖଡଗପ୍ରସାଦ ଗ୍ରାମବାସୀ ଜିଲ୍ଲାପାଳଙ୍କ ନିକଟରେ ଏକ ଅଭିଯୋଗ ଖବର ଗଣମାଧ୍ୟମରେ ପ୍ରକାଶିତ ହେବା ଦୃଷ୍ଟିକୁ ଆସିଛି । ଏହା ଉପରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ଜିଲ୍ଲାପାଳ ଓଡାପଡା ତହସିଲଦାରଙ୍କୁ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଉକ୍ତ ଜମିର ପଟ୍ଟା ପ୍ରଦାନ ନିମନ୍ତେ ବନଖଣ୍ଡ ଅଧିକାରୀଙ୍କ କ୍ଷମତାରେ ରହିଅଛି । ଅବଶ୍ୟ ତହସିଲଦାର ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ରାଜସ ନିରୀକ୍ଷକଙ୍କ ଦ୍ବାରା ମୋକଦ୍ଦମା ରୁଜୁ କରିଛନ୍ତି । ଯେହେତୁ ଉକ୍ତ ଜମି ବନଖଣ୍ଡ ଅଧିକାରୀଙ୍କ ନିୟନ୍ତ୍ରଣରେ ରହିଛି, ତାକୁ ଦେବାର ସେ ଅକ୍ଷମତା ପ୍ରକାଶ କରୁଛନ୍ତି । ଏପରିସ୍ଥଳେ ପିଲାମାନଙ୍କ ଭବିଷ୍ୟତକୁ ଆଖରେ ରଖ୍ ଉକ୍ତ ଜମିର ତଦନ୍ତ କରି ଏହାର ସମାଧାନ କରିବା ପାଇଁ ତହସିଲଦାରଙ୍କୁ ଆଦେଶ ଦେବାକୁ ମଜଦୂର ୟୁନିୟନ୍ ପକ୍ଷରୁ ସଂପାଦକ ରବିରଥ, ପ୍ରମୋଦ ବେହେରା, ସୁମିତ୍ରା ବେହେରାଙ୍କ ସମେତ ବହୁ ଗ୍ରାମବାସୀ ନିବେଦନ କରିଛନ୍ତି ।



