ତାଳଚେର ବ୍ଲକ କାର୍ଯ୍ୟାଳୟରେ ପାୱାରକଟ ହେଲେ ଅଚଳାବସ୍ଥା
ତାଳଚେର, ୦୯/୦୯ ଶିଳ୍ପନଗରୀ ତାଳଚେର ଅଂଚଳରେ ହାଟତୋଟା ଠାରେ ରହିଥିବା ବ୍ଲକ କାର୍ଯ୍ୟାଳୟରେ ପାୱାରକଟ ହେଲେ ଏକ ଅଚଳାବସ୍ଥା ସୃଷ୍ଟି ହେଉଥିବା ଘଟଣାରେ ଦହଗଞ୍ଜ ହେଉଛନ୍ତି ହିତାଧିକାରୀ । ଏହି ପୂରାତନ ବ୍ଲକ କାର୍ଯ୍ୟାଳୟରେ ଡ଼ିଜେ ମେସିନ୍ ଲଗାଯାଇଥିଲେ ମଧ୍ୟ ସେଥିରୁ ବ୍ୟାଟାରୀ ଚୋରି ହୋଇଯିବା ଫଳରେ ଡ଼ିଜେ ମେସିନ୍ ଅଚଳ ହୋଇପଡ଼ିଛି । ସେହିପରି ସୋଲାର ମେସିନ୍ ଲାଗିଥିଲେ ମଧ୍ୟ ଲାଇନ ଚାର୍ଜ କରାଯାଇନଥିବାରୁ ସେବି ଏକ ଅଚଳାବସ୍ଥା ସୃଷ୍ଟି କରୁଛି । ତେବେ ଏହି ବ୍ଳକ କାର୍ଯ୍ୟାଳୟକୁ ଦୈନିକ ଠିକାଦାର ଓ ବିଭିନ୍ନ କାର୍ଯ୍ୟରେ ଜନସାଧାରଣ ଆସୁଥିଲେ ମଧ୍ୟ ପାୱାରକଟ୍ ହେବାଫଳରେ ଅଫିସର ସମସ୍ତ କାର୍ଯ୍ୟ ହୋଇ ପାରିନଥାଏ ବୋଲି ହିତାଧିକାରୀ ମାନେ ଅଭିଯୋଗ କରିଛନ୍ତି । ପାୱାରକଟ ହେଲେ କମ୍ପୁଟର ଭଳି ଗୁରୁତ୍ୱପୂର୍ଣ୍ଣ କାମ ହୋଇ ପାରିନଥାଏ । ଫଳରେ ବାବୁଭାଇମାନେ ହାତଟେକି ବସିବା ଛଡ଼ା ତାଙ୍କ ପାଖରେ ଆଉ କୌଣସି ଉପାୟ ନଥାଏ । ତାଳଚେର ବ୍ଲକ ମଧ୍ୟରେ ୨୧ଟି ପଂହଚାୟତ ଅବସ୍ଥିତ । ବ୍ଲକ କାର୍ଯ୍ୟାଳୟରୁ ଗୋପାଳପସାଦ କୁମୁଣ୍ଡା ୩୦କିମି ଦୂରତାରେ ରହିଥିବା ବେଳେ ସେହିଭଳି ଅନେକ ଗୁଡ଼ିଏ ପଂଚାୟତ ବହୁ ଦୂରଦୂରାନ୍ତରେ ରହିଥାଏ । ଏହି ଦୂରଦୂରାନ୍ତରୁ ହିତାଧିକାରୀ ଓ ଠିକାଦାରମାନେ ଉକ୍ତ କାର୍ଯ୍ୟାଳୟକୁ ବିଭିନ୍ନ କାର୍ଯ୍ୟ ନେଇ ଆସିଥାନ୍ତି । ମାତ୍ର ପାୱାରକଟ୍ ହେବା ଯୋଗୁଁ ନିରାଶ ହୋଇ ଘରୁକୁ ଫେରିଥାନ୍ତି । ତେଣୁ ତୁରନ୍ତ ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଧ୍ୟାନ ଦେବାକୁ ସାଧାରଣରେ ଦାବି ହେଉଛି ।

September 10, 2026/
No Comments


