ଚମ୍ପୁଆଥାନା ଅନ୍ତର୍ଗତରେ ଭାସମାନ ଅବସ୍ଥାରେ ପୋଖରୀରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର।

କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତରେ ଭାସମାନ ଅବସ୍ଥାରେ ପୋଖରୀରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର। କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ କରଞ୍ଜିଆ ଗ୍ରାମର ଟିକିଲା ନାଏକ ଗତ କାଲି ସନ୍ଧ୍ୟାରେ ଶୈ।ଚ ହେବାକୁ ଗ୍ରାମ ପୋଖରୀକୁ ଯାଇ ଆଉ ଫେରିନଥିଲେ। ଆଜି ସକାଳୁ ତାଙ୍କ ମୃତଦେହ ପୋଖରୀରେ ଭାସୁଥିବାର ଦେଖି ଗ୍ରାମବାସୀ ପୋଲିସକୁ ଖବର ଦେବା ପରେ ପୋଲିସ ଓ ଅଗ୍ନି ସମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ପୋଖରୀରୁ ମୃତଦେହ ଉଦ୍ଧାର କରିଥିବା ନେଇ ସୂଚନା । ତେବେ ଶୈ।ଚ ହେବା ସମୟରେ ପୋଖରୀ ରେ ବୁଡ଼ି ଯାଇଥିବା ଅନୁମାନ କରାଯାଉଛି। ମୃତ ଦେହ ଉଦ୍ଧାର କରି ପୋଲିସ ମୃତ ଦେହ ଚମ୍ପୁଆ ଉପଖଣ୍ଡ ଡ଼ାକ୍ତରଖାନାକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଚଳାଇଥିବା ନେଇ ସୂଚନା ।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



