
ଝିଅ ର ଉଦ୍ଧାର ନିମନ୍ତେ ଆରକ୍ଷୀ ଅଧିକ୍ଷ ଙ୍କ ଦ୍ଵାରସ୍ଥ ହେଲେ ପରିବାର : ଢେଙ୍କାନାଳ
(ଜେ ବି ଏନ /ସୁଶାନ୍ତ କୁମାର) ୨୪/୧୨/୨୦୨୦ ଢେଙ୍କାନାଳ :ଢେଙ୍କାନାଳ ଜିଲ୍ଲା ବାଲିମୀ ଥାନା ଅଞ୍ଚଳର ନାବାଳିକା ଅପହରଣ ଘଟଣାକୁ ଦୁଇସପ୍ତାହ ହୋଇଯାଇଥିବା ବେଳେ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ରୁ ଆରକ୍ଷୀ ଅଧିକ୍ଷ ଙ୍କ ନିକଟରେ ଅଭିଯୋଗ ହୋଇଛି । ନାବାଳିକାକୁ ତୁରନ୍ତ ଉଦ୍ଧାର କରିବା ଦିଗରେ ପଦକ୍ଷେପ ନେବାକୁ ନିବେଦନ କରିଛନ୍ତି ପରିବାରବର୍ଗ । ଅଭିଯୋଗ ମୁତାବକ , ବାଲିମୀ ଥାନା ଅନ୍ତର୍ଗତ ଠୋକର ଗ୍ରାମର ୧୬ ବର୍ଷୀୟା ନାବାଳିକା କନ୍ୟାକୁ ଗତ ତା ୯ /୧୨/୨୦୨୦ ରିଖ ରାତି ୧୧ଟା ସମୟରେ ପ୍ରବୀର ସାମଲ ନାମକ ଜଣେ ଯୁବକ ଅପହରଣ କରିନେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଏହାକୁ ନେଇ ପରିବାର ଲୋକ ଗତ ତା ୧୦/୧୨/୨୦୨୦ ରିଖରେ ବାଲିମୀ ଥାନାରେ ଲିଖିତ ଏତଲା ଦେଇଥିଲେ । ଅପହରଣ ପରଠାରୁ ପରିବାର ଲୋକେ ଅନେକ ଜାଗାରେ ଖୋଜାଖୋଜି କରିଥିଲେ ହେଁ କୌଣସି ସନ୍ଧାନ ମିଳିପାରିନାହିଁ । ଝିଅକୁ ଉଦ୍ଧାର କରିବାକୁ ସ୍ଥାନୀୟ ପୁଲିସ ନିକଟକୁ ବାରମ୍ବାର ଦୌଡ଼ି ନିରାଶ ହୋଇଛନ୍ତି ।ଶେଷରେ ଝିଅର ବାପା ଓ ମା ’ ବୁଧବାର ଜିଲ୍ଲାପାଳ ଓ ଏସପିଙ୍କ ଦ୍ୱାରସ୍ଥ ହୋଇ ଝିଅକୁ ସୁରକ୍ଷିତ ଅବସ୍ଥାରେ ଫେରାଇ ଆଣିବା ପାଇଁ ନିବେଦନ କରିଛନ୍ତି ।



