ଏକଜିକ୍ୟୁଟିଭ ଇଞ୍ଜିନିୟର ଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଜେ ବି ଏନ, ୨୪/୧୨/୨୦୨୦, (ରିପୋର୍ଟ, ରୂପକ ମହାନ୍ତି), ବ୍ରହ୍ମପୁର : ରାୟଗଡା ଜିଲ୍ଲା ଅନ୍ତର୍ଗତ ଗୁଣୁପୁର ରାସ୍ତା ଓ କୋଠାବାଡି ବିଭାଗର ଡେପୁଟି ଏକଜିକ୍ୟୁଟିଭ ଇଞ୍ଜିନିୟର ଉଦ୍ଧବ ପାଢୀଙ୍କ ବ୍ରହ୍ମପୁର ଘରେ ଭିଜିଲାନ୍ସ ଚଢାଉ । ଏକ କାଳୀନ ୫ ଟି ସ୍ଥାନ ରେ ଚଢ଼ାଉ କରିଛି ବ୍ରହ୍ମପୁର ଭିଜିଲାନ୍ସ । ଆୟବହିର୍ଭୁତ ଠୁଳ ଅଭିଯୋଗରେ ଚଢ଼ାଉ କରାଯାଇଥିବା ସୂଚନା । ବ୍ରହ୍ମପୁର କମାପଲ୍ଲୀ ଆରସି ଦାଶ ଲାଇନ ରେ ଥିବା ତାଙ୍କର ବାସ ଭବନ , ଗୁଣୁପୁର ରେ ଥିବା ଅଫିସ , ଗୁଣୁପୁର ରେ ଥିବା ସରକାରୀ କୂଟୀର , ଅଫିସ , ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ମାଣିକପୁର ଗାଁ ରେ ଥିବା ଷ୍ଟଲ, କ୍ରସର ମେସିନ , ପୁରୀ ରେ ରହିଥିବା ଓମ ସାଇ ନିବାସ ଅପାର୍ଟମେଣ୍ଟ ରେ ଚଢ଼ାଉ ଜାରି ରହିଛି ।



