ମୋଦୀଙ୍କ ଜନ୍ମଦିନରେ ମୁଖ୍ୟମନ୍ତ୍ରୀଙ୍କ ଶୁଭକାମନା
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିନ ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ମୁଖ୍ୟମନ୍ତ୍ରୀ ନିଜ ଶୁଭେଚ୍ଛା ବାର୍ତ୍ତାରେ ପ୍ରଧାନମନ୍ତ୍ରୀଙ୍କୁ ବିକଶିତ ଭାରତର ସ୍ୱପ୍ନଦ୍ରଷ୍ଟା ଏବଂ କୋଟି କୋଟି ଭାରତୀୟଙ୍କ ସ୍ୱାଭିମାନର ପ୍ରତୀକ ଭାବେ ଅଭିହିତ କରିଛନ୍ତି।
ଶ୍ରୀ ମାଝୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଦିଗଦର୍ଶନ ଓ ଓଡ଼ିଶା ପ୍ରତି ତାଙ୍କର ସ୍ନେହ ଏକ ସଶକ୍ତ, ଆତ୍ମନିର୍ଭର ଓ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ପ୍ରେରଣା ଯୋଗାଉଛି। ତାଙ୍କର କର୍ମଯୋଗୀ ଜୀବନ ଜନକଲ୍ୟାଣ ଓ ସେବା ସଂକଳ୍ପରେ ଆଗେଇବାକୁ ସମସ୍ତଙ୍କୁ ପ୍ରେରିତ କରୁ ବୋଲି ସେ କାମନା କରିଛନ୍ତି।
ଏଥିସହ ମହାପ୍ରଭୁ ଶ୍ରୀଜଗନ୍ନାଥ ପ୍ରଧାନମନ୍ତ୍ରୀଙ୍କୁ ଦୀର୍ଘାୟୁ, ନିରାମୟ ଜୀବନ ଓ ରାଷ୍ଟ୍ରସେବା ପାଇଁ ଅପାର ଶକ୍ତି ପ୍ରଦାନ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଶୁଭକାମନା ଜଣାଇଛନ୍ତି।



