
ଯାଜପୁର ୨୧/୯ (ଜାଗ୍ରତ ଭାରତ ନିୟୁଜ ) ବଡାମ୍ଵିଳା ପଞ୍ଚାୟତ ନମୌଜା ନିଗମାନନ୍ଦ ସାରସ୍ୱତ ଆଶ୍ରମ ପରିସରରେ ବ୍ରାହ୍ମଣ ସଂଘର ୨୬ ତମ ବାର୍ଷିକ ବୈଠକରେ ସଭାପତି ରାଷ୍ଟ୍ରପ୍ରତି ପୁରସ୍କାର ପ୍ରାପ୍ତ ଶିକ୍ଷକ ପଣ୍ଡିତ ମହେଶ୍ୱର ନନ୍ଦଙ୍କ ଅଧକ୍ଷତାରେ କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ ଶ୍ରୀ ଚକ୍ରଧର ଦାସ ପ୍ରାକ୍ତନ ଆସିଷ୍ଟାଣ୍ଟ ଜେନେରାଲ ମ୍ୟାନେଜର ରିଜର୍ଭ ବ୍ୟାଙ୍କ ଭୁବନେଶ୍ୱର, ଏବଂ ମୁଖ୍ୟ ବକ୍ତା ଭାବେ ଆଳି ସମ୍ବାଦ ସାହିତ୍ୟ ଘର ସଭାପତି ଇଂ ନୀଳାନ୍ଦ୍ରି ଭୂଷଣ ମହାପାତ୍ର ଯୋଗଦାନ କରିଥିଲେ। ସମ୍ମାନୀତ ଅତିଥି ଭାବେ ନିଖିଳୋତ୍କଳ ସଂସ୍କୃତ ମହାମଣ୍ଡଳ ସମ୍ପାଦକ ଆର୍ତ୍ତତ୍ରାଣ ତ୍ରିପାଠୀ, ପ୍ରାକ୍ତନ ବ୍ରାହ୍ମଣ ସଂଘ କେନ୍ଦ୍ରାପଡା ଜିଲ୍ଲା ସଭାପତି ଭକ୍ତବନ୍ଧୁ ମିଶ୍ର, ପ୍ରାକ୍ତନ ସମ୍ପାଦକ ପଣ୍ଡିତ କିଶୋରଚନ୍ଦ୍ର ମିଶ୍ର ଯୋଗ ଦେଇଥିଲେ l ମନ୍ତ୍ର ବେଦ ପାଠ ଶଙ୍ଖ ଧ୍ଵନି ଦୀପ ପ୍ରଜ୍ଜ୍ୱଳନ ପରେ ସମ୍ପାଦକ ଶିକ୍ଷକ କିଶୋରଭାନୁ ଷଡ଼ଙ୍ଗୀ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ l ଭକ୍ତବନ୍ଧୁ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଶତାଧିକ ବ୍ରାହ୍ମଣମାନଙ୍କ ଦ୍ଵାରା ମଙ୍ଗଳା ଷ୍ଟକ ପାଠ ଗାନ କରାଯାଇଥିଲା। ତତ୍ ସହିତ ଶ୍ରୀ ଚକ୍ରଧର ଦାସ, ଇଞ୍ଜିନିଅର ନୀଳାନ୍ଦ୍ରି ଭୂଷଣ ମହାପାତ୍ର, ଆର୍ତ୍ତତ୍ରାଣ ତ୍ରିପାଠୀଙ୍କୁ ମାନପତ୍ର ଅଙ୍ଗବସ୍ତ୍ର ପୁଷ୍ପ ଗୁଚ୍ଛ ସହ ମଞ୍ଚାସୀନଙ୍କ ଦ୍ଵାରା ସମ୍ମାନୀତ କରାଯାଇଥିଲା। ବ୍ରାହ୍ମଣ ସଂଘ ତରଫରୁ କ୍ଷତ୍ରୀୟ ଖଣ୍ତାୟତ ଧନେଶ୍ୱର ରାଉତ, ସୁକାନ୍ତ କୁମାର ରାଉତ, ଭୀଷ୍ମ ମହାନ୍ତି, ସୁମନ୍ତ କୁମାର ରାଉତ, କରୁଣାକର ସାମଲ, ସୁଧାଂଶୁ କୁମାର ବେହୁରା, ସନ୍ତୋଷ କୁମାର ବେହୁରିଆଙ୍କୁ ପୁଷ୍ପଗୁଚ୍ଛ ସହ ଅଙ୍ଗବସ୍ତ୍ର,ଟୋପର ଖଡ୍ଗ ଏବଂ ମାନପତ୍ର ପ୍ରଦାନ କରାଯାଇଥିଲା l ସଭାରେ ଉପସ୍ଥିତ ସମସ୍ତ ବ୍ରାହ୍ମଣ ଦେବତାମାନଙ୍କୁ ମାନପତ୍ର ସହ ଉତ୍ତରୀୟ ପ୍ରଦାନ କରାଯାଇଥିଲା। ସର୍ବ ଶେଷରେ ଏହି କାର୍ଯ୍ୟକ୍ରମରେ ଶିକ୍ଷକ ବିଷ୍ନୁଚରଣ ଦାସ ଧନ୍ୟବାଦ ଦେବା ପରେ ସଭାସାଙ୍ଗ ଘୋଷଣା କରାଯାଇଥିଲା l





