ମହାବୀର ବଜାରରେ ବୁଧେଇ ଓଷାର ଶେଷ ପାଳି ପାଳିତ
ଢେଙ୍କାନାଳ: ଢେଙ୍କାନାଳ ସହରର ମହାବୀର ବଜାରଠାରେ ଭକ୍ତି ଓ ନିଷ୍ଠାର ସହ ବୁଧେଇ ଓଷାର ଶେଷ ପାଳି ପାଳିତ ହୋଇଯାଇଛି।
ଭାଦ୍ରବ ମାସର ଚାରିଟି ବୁଧବାରରେ ପାଳିତ ହେଉଥିବା ଏହି ବୁଧେଇ ଓଷା ପିଲାମାନଙ୍କ ମଙ୍ଗଳ ଏବଂ ପରିବାରର ସୁଖ, ଶାନ୍ତି ଓ ମଙ୍ଗଳ କାମନା କରି ପାଳନ କରାଯାଇଥାଏ।
ଏହି ଅବସରରେ ଶିଳ ଓ ଶିଳପୁଆରେ ବୁଦ୍ଧି ବାମନଙ୍କ ଚିତ୍ର ଅଙ୍କନ କରାଯାଇ ପାରମ୍ପରିକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା। ବିଭିନ୍ନ ପ୍ରକାରର ଫୁଲ, ଦୀପ ଓ ଧୂପ ସହ ଭୋଗ ଲାଗି କରାଯାଇଥିଲା।
ଭୋଗରେ ଉଖୁଡ଼ା, ରାଶି ଲଡୁ, ନଡ଼ିଆ, କଦଳୀ, ବିଭିନ୍ନ ପ୍ରକାରର ଫଳ ଓ ପିଠା ଆଦି ଅର୍ପଣ କରାଯାଇଥିଲା। ଏହା ସହିତ ଭକ୍ତମାନଙ୍କ ପକ୍ଷରୁ ବୁଦ୍ଧି ବାମନ ଓଷା ବହି ପାଠ କରାଯାଇଥିଲା।
ପରିବାରର ମଙ୍ଗଳ ଓ ପିଲାମାନଙ୍କ ସୁଖ ସମୃଦ୍ଧି କାମନା କରି ମହାବୀର ବଜାର ଅଞ୍ଚଳର ମହିଳାମାନେ ଏହି ପୂଜାରେ ଶ୍ରଦ୍ଧା ଓ ଭକ୍ତିର ସହ ସାମିଲ ହୋଇଥିଲେ। ଧାର୍ମିକ ପରିବେଶ ମଧ୍ୟରେ ବୁଧେଇ ଓଷାର ଶେଷ ପାଳି ସମ୍ପନ୍ନ ହୋଇଥିଲା।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/09/Picsart_26-05-14_06-19-38-643-16-scaled.jpg)


