ରିଜର୍ଭ ପୋଲିସ୍ ପକ୍ଷରୁ ଶାରଦୀୟ ଦୁର୍ଗାପୂଜା ପାଇଁ ମୃତିକା ଅନୁକୂଳ
ଢେଙ୍କାନାଳ, ୨୩/୯: ଢେଙ୍କାନାଳ ରିଜର୍ଭ ପୋଲିସ୍ ଦୁର୍ଗାପୂଜା କମିଟି ପକ୍ଷରୁ ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ଆଜି ପବିତ୍ର ସୁନିଆ ଓ ବାମନ ଜନ୍ମ ଅବସରରେ ସ୍ଥାନୀୟ କମଗରା ଘାଟ ଠାରେ ପୂଜାର୍ଚ୍ଚନା କରାଯାଇ ମା’ ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତି ନିର୍ମାଣ ପାଇଁ ମୃତିକା ଅନୁକୂଳ କରାଯାଇଥିଲା । କମିଟିର ସମସ୍ତ ସଦସ୍ୟବୃନ୍ଦଙ୍କ ସହଯୋଗରେ ସଂକୀର୍ତନ ଦ୍ବାରା ଘାଟରେ ପହଁଚି ବିଧି ଅନୁସାରେ ପୂଜାର୍ଚ୍ଚନା କରାଯାଇ ମାଟି ଅଣି ସହର ପରିକ୍ରମା ପୂର୍ବକ ପୂଜା ମଣ୍ଡପରେ ରଖାଯାଇଥିଲା ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/09/Picsart_26-05-14_06-19-38-643-16-scaled.jpg)


