ନାବାଳକ ଗାଡି ଚାଳକ ଠାରୁ ତିରିଶି ହଜାର ଟଙ୍କାର ଫାଇନ କାଟିଛି ପୋଲିସ

ଜେ. ବି. ଏନ,୨୫/୧୨/୨୦୨୦, (ରିପୋର୍ଟ, ରଂଜିତ କୁମାର ସାହୁ ), ଖୋର୍ଦ୍ଧା /କୁହୁଡି :
ଖୋର୍ଦ୍ଧା ଜିଲ୍ଲା କୁହୁଡି ଫାଣ୍ଡି ପୋଲିସ୍ ର ବାଇକ୍ ଧର ପଗଡ ବେଳେ ପୋଲିସ୍ ହାତରେ ଧରାପଡିଲା ନାବାଳକ ବାଇକ୍ ଆରୋହୀ। ପୋଲିସ୍ କାଟିଲା ୩୦ ହଜାର ଟଙ୍କାର ଫାଇନ୍।
ସୂଚନା ମୁତାବକ, ଆଜି କୁହୁଡି ଫାଣ୍ଡି ପୋଲିସ ଦ୍ୱାରା କୁହୁଡି ବଜାରରେ ବାଇକ ଚେକିଂ ବେଳେ ହିରୋ ଗ୍ଲାମର ବାଇକ୍ ଚଳାଉଥିବା ଜଣେ ୧୫ ବର୍ଷର ନାବାଳକକ ଠାରୁ ତିରିଶ ହଜାର ଟଙ୍କା ଜରିମାନା ଆଦାୟ କଲେ ଫାଣ୍ଡି ଅଧିକାରୀ ନିରଞ୍ଜନ ରାଉତ। ହେଲେ ଜରିମାନା ରସିଦ କଟିଛି ଗାଡ଼ି ମାଲିକଙ୍କ ନାମରେ ଏବଂ ଗାଡ଼ି ତାଙ୍କ ସାନ ଭାଇ ଚଲାଉଥିଲେ। ମୋଟରଯାନ ଅଧିନିୟମ ଧାରା ୧୮୦ ଅନୁଯାୟୀ ଚାଳକଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସ ନଥିବାରୁ ୫୦୦୦ ଟଙ୍କା ଏବଂ ଧାରା ୧୯୯କ(୨) ଅନୁଯାୟୀ ଗାଡ଼ି ଚାଳକ ନାବାଳକ ହୋଇଥିବାରୁ ୨୫୦୦୦ ଟଙ୍କା ଫାଇନ ପଡ଼ିଛି ଗାଡ଼ି ମାଲିକଙ୍କୁ।
ହେଲେ ବର୍ତ୍ତମାନ ଜବତ ଗାଡ଼ି କୁହୁଡି ଫାଣ୍ଡି ପରିସରରେ ଥିବା ସୂଚନା ଦେଇଛନ୍ତି ଶ୍ରୀ ରାଉତ। ସମଗ୍ର ଖୋର୍ଦ୍ଧା ଜିଲ୍ଲାରେ ଜଣେ ବାଇକ ଚାଳକଙ୍କୁ ଏତେ ଟଙ୍କାର ଫାଇନ ପଡ଼ିବା ପ୍ରଥମ ଘଟଣା ବୋଲି ସାଧାରଣରେ ଆଲୋଚନା ହେବା ସହ ବିନା ଲାଇସେନ୍ସ ଏବଂ ନାବାଳକ ଗାଡ଼ି ଚାଳକଙ୍କ ମଧ୍ୟରେ ବର୍ତ୍ତମାନ କୋକୁଆ ଭୟ ସୃଷ୍ଟି ହୋଇଛି। ଅପରପକ୍ଷେ ଜନସାଧାରଣଙ୍କୁ ଟ୍ରାଫିକ ନିୟମ ମାନି ଗାଡ଼ି ଚଳାଇବାକୁ ପୋଲିସ ଅନୁରୋଧ କରିଛି।



