ଓଡିଶା ଜଳବାୟୁ ପ୍ରତିରୋଧୀ ସମନ୍ଵିତ ଜଳସେଚନ କୃଷି ପ୍ରକଳ୍ପ ପକ୍ଷରୁ ଦୁଇଟି ସ୍ଥାନରେ ୫ କୋଟି ୮୧ ଲକ୍ଷ ଟଙ୍କାର କାଡା କେନାଲ କାର୍ଯ୍ୟର ଭିତ୍ତି ପ୍ରସ୍ତର ସ୍ଥାପନ

ଜେ ବି ଏନ, ବ୍ରହ୍ମପୁର ( ଟୁକୁନା ପ୍ରଧାନ, ୨୫.୧୨.୨୦୨୦) -: ଓଡିଶା ଜଳ, ବାୟୁ ପ୍ରତିରୋଧୀ ସମନ୍ଵିତ ଜଳସେଚନ କୃଷି ପ୍ରକଳ୍ପ ପକ୍ଷରୁ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ୫ କ୍ଷୁଦ୍ର ଜଳସେଚନ ବିଭାଗ ପ୍ରକଳ୍ପ ଠାରେ ମୋଟ ୫ କୋଟି ୮୧ ଲକ୍ଷ ଟଙ୍କା ବ୍ୟୟରେ ବିଭିନ୍ନ ଚାଷ ଜମି କୁ ଜଳସେଚନ କରିବା ପାଇଁ କ।ଡ଼ା ପ୍ରକଳ୍ପ ନିର୍ମାଣ ପାଇଁ ଆଜି କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ବ୍ଲକର ତିରିଡା ନିକଟସ୍ଥ ଢେମାଳିବନ୍ଧ , ମଠ ସରସିଂ ପଂଚାୟତ ଅନ୍ତର୍ଗତ କେନ୍ଦୁଆନାଳ, ନୂଆଗଡ ନିକଟସ୍ଥ ଚୁଆବନ୍ଧ, ସ।ତନାଳ ନିକଟସ୍ଥ ବଡ ବନ୍ଧ, ମର୍ଦ୍ଦମେଖ ନିକଟସ୍ଥ ବଡ ବନ୍ଧ ଠାରେ ଏହି ପ୍ରକଳ୍ପ ନିର୍ମାଣ କର।ଯିବା ପାଇଁ ଅନୁଦାନ ଆସିଥିବା ବେଳେ ଆଜି ତିରିଡା ନିକଟସ୍ଥ ଢେମାଳି ବନ୍ଧ ଓ ବାଦପଲ୍ଲୀ ନିକଟସ୍ଥ କେନ୍ଦୁଆ ନାଳ ଠାରେ ଏହି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବିଧାୟିକା ଲତିକା ପ୍ରଧାନଙ୍କ ସହ ଜିଲ୍ଲା ପରିଷଦ ସଭ୍ୟ ମନୋଜ କୁମାର ପାଣ୍ଡି, ବ୍ଲକ ଅଧକ୍ଷା ପ୍ରତିନିଧି ବିଜୟ କୁମାର ଦୋରା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ତ୍ରିନାଥ ଭୂୟାଁ, ଖଣ୍ଡିଆ ନଇ ସରପଞ୍ଚ ପୁଷ୍ପାଞ୍ଜଳି ପ୍ରଧାନ, ମଠ ସରସିଂ ପଂଚାୟତ ଭାରପ୍ରାପ୍ତ ସରପଞ୍ଚ ସୁଜ୍ଞାନୀ ସ୍ୱାଇଁ, କ୍ଷୁଦ୍ର ଜଳ ସେଚନ ବିଭାଗ କନିଷ୍ଠ ଯନ୍ତ୍ରୀ ସୀମାଞ୍ଚଳ ରେଡି, ଗୋପବନ୍ଧୁ ସାହୁ, ପୂର୍ବତନ ସରପଞ୍ଚ ବିଜୟ କୁମାର ନାୟକ ଙ୍କ ସମେତ ଅନ୍ୟ ପଂଚାୟତ ସଦସ୍ୟ ମାନେ ଉପସ୍ଥିତ ଥିଲେ ।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-16-scaled.jpg)