କେନ୍ଦ୍ରୀୟ ଆବାସ ଯୋଜନାକୁ ରାଜ୍ୟସରକାର ହାଇଯାକ ବିରୁଦ୍ଧରେ ବ୍ଲକ ଘେରାଉ

ଜେ. ବି. ଏନ୍,୨୮/୧୨/୨୦୨୦,(ରିପୋର୍ଟ ଚୈତନ୍ୟ ସାହୁ)ଅନୁଗୋଳ : ଅନୁଗୋଳ ଜିଲ୍ଲା ଛେଣ୍ଡିପଦା କେନ୍ଦ୍ରୀୟ ଆବାସ ଯୋଜନାକୁ ରାଜ୍ୟ ସରକାରଙ୍କ ଦ୍ଵାରା ହାଇଯାକ ବିରୁଦ୍ଧରେ ଆଜି ବିଜେପି ପକ୍ଷରୁ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ କାର୍ଯ୍ୟାଳୟ ଘେରାଉ କରିଥିଲେ। କେନ୍ଦ୍ର ସରକାରଙ୍କ ଦ୍ୱାରା ବିଭିନ୍ନ ଯୋଜନା କରାଯାଉଥିବା ବେଳେ ଉକ୍ତ ଯୋଜନାକୁ ହାଇଯାକ କରି ନିଜର ବାହାବା ନେଉଛନ୍ତି। ଏହାର ବିରୁଦ୍ଧରେ ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଅଗସ୍ତି

ବେହେରାଙ୍କ ନେତୃତ୍ୱରେ ଦେବଗଡ଼ ଛକରୁ ବାଇକ ରାଲିରେ ବଜାର ପରିକ୍ରମା ପରେ ବ୍ଲକ କାର୍ଯ୍ୟାଳୟ ଘେରାଉ ସହିତ ପ୍ରତିବାଦ ସଭା କରିଥିଲେ। ଆୟୋଜିତ ସଭାରେ ସୁଦୀପ ଗଡନାୟକ, ଜିଲ୍ଲା ସମ୍ପାଦକ ବିଜୟ କୁମାର ସାହୁ, ଡମ୍ବରୁଧର ବେହେରା, ଜୀବନାନନ୍ଦ ସାହୁ, ଗୋପବନ୍ଧୁ ଗଡ଼ନାୟକ, ଦିପକ କୁମାର ପ୍ରଧାନ, ଉମେଶ ଚନ୍ଦ୍ର ପ୍ରଧାନ, ମିଡିଆ ପ୍ରଭାରୀ ଅକ୍ଷୟପାଦ ବେହେରା, ସନ୍ତୋଷ କୁମାର ନାୟକ, ଦୁର୍ଗାଚରଣ ମହାପାତ୍ରଙ୍କ ସମେତ ଶତାଧିକ କର୍ମୀ ଯୋଗଦେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ।




