ଡି ଆର ଡି ଏ ପ୍ରକଳ୍ପ ନିର୍ଦ୍ଦଶେକଙ୍କ ବେଗୁନିଆପଡା ବ୍ଲକ ଗ୍ରସ୍ତ, ସୁମଣ୍ଡଳ ପଂଚାୟତରେ ସମୀକ୍ଷା

ଜେ ବି ଏନ, ( ଟୁକୁନା ପ୍ରଧାନ, ୨୮.୧୨.୨୦୨୦)-ବ୍ରହ୍ମପୁର : ଆଜି ଗଂଜାମ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତ।ତ୍ରୟ ଭାଉ ସାହେବ ବେଗୁନିଆ ପଡା ବ୍ଲକ ଗ୍ରସ୍ତ କରିବା ସହ ସୁମଣ୍ଡଳ ପଂଚାୟତକୁ ଗ୍ରସ୍ତ କରି ସେଠାରେ ସମୀକ୍ଷା କରିବା ସହ ବିଭିନ୍ନ ଉନ୍ନୟନ କାର୍ଯ୍ୟ ଉପରେ ଆଲୋଚନା କରିଥିଲେ। ଏହା ସହିତ ସେ ସେଠାରେ ଥିବା କିଚେନ ଗାର୍ଡେନକୁ ବୁଲି ଦେଖି ପରେ ଏକ ପୋଖରୀରେ ମାଛ ଚାଷ ଦେଖିଥିଲେ । ଏହି କାର୍ଯ୍ୟକ୍ରମରେ ବେଗୁନିଆପଡା ବିଡ଼ିଓ ବେଦବର ପ୍ରଧାନ, ସହକାରୀ ଯନ୍ତ୍ରୀ ପ୍ରଦୀପ କୁମାର ପରିଡା, ଜି ପି ଇ ଓ ଅଶୋକ ଜେନା, ସୁମଣ୍ଡଳ ପଂଚାୟତ ସରପଞ୍ଚ ସନ୍ତୋସିନୀ ସାହୁ ଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।



