ଡାକ୍ତରୀ ଓ ଇଞ୍ଜିନିୟରିଂ କଲେଜରେ ସରକାରୀ ହାଇସ୍କୁଲ ବିଦ୍ୟାର୍ଥୀଙ୍କ ପାଇଁ ସ୍ଥାନ ସଂରକ୍ଷଣ

ଜେ ବି ଏନ, ୨୯/୧୨/୨୦୨୦, (ରିପୋର୍ଟ, ସୁଶୀଲ କୁମାର), ଭୁବନେଶ୍ବର : ସରକାରୀ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମବିଶ୍ଵାସ ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର ଓଡ଼ିଶାର ଡାକ୍ତରୀ ଓ ଇଞ୍ଜିନିୟରିଂ କଲେଜମାନଙ୍କରେ ସରକାରୀ ହାଇସ୍କୁଲର ଯୋଗ୍ୟ ବିଦ୍ୟାର୍ଥୀଙ୍କ ପାଇଁ ସ୍ଥାନ ସଂରକ୍ଷଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଆଗାମୀ ଶିକ୍ଷାବର୍ଷ ଠାରୁ ଏହା ଲାଗୁ କରାଯିବା ପାଇଁ ସ୍ଥିର ହୋଇଛି । ଏହି ନୀତିଗତ ନିଷ୍ପତ୍ତିକୁ ଚୁଡାନ୍ତ ରୂପ ଦେବା ପାଇଁ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ କ୍ଷମତା ସମ୍ପନ୍ତ୍ର କମିଟି ଗଠନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।



