ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି ଆଉ ଜଣେ ସରକାରୀ ବାବୁ

ଜେ ବି ଏନ, ୨୯/୧୨/୨୦୨୦, (ରିପୋର୍ଟ, ରୂପକ ମହାନ୍ତି), ବ୍ରହ୍ମପୁର : ଆୟ ବସିଭୁତ ସମ୍ପତ୍ତି ଠୁଲ ଅଭିଯୋଗ ରେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି ଆଉ ଜଣେ ସରକାରୀ ବାବୁ। ଚିକିଟି କଲେଜ ର ଡେମନଷ୍ଟେଟର କୈଳାଶ ଚନ୍ଦ୍ର ମହାନ୍ତି ଙ୍କ ବାସ ଭବନ ସମେତ ୬ ଟି ସ୍ଥାନରେ ଏକ କାଳିନ ଭିଜିଲାନ୍ସ ବିଭାଗ ର ୬ଟି ସ୍ବତନ୍ତ୍ର ଟିମ ଚଢାଉ ଆରମ୍ଭ କରିଥିବା ସୂଚନା ମିଳିଛି ।

ବ୍ରହ୍ମପୁର ର ଆବାସିକ ଶ୍ରୀଟାୱର ବିଜୁପୁର ନିକଟସ୍ଥ ସୌରଵ ଆପରମେଣ୍ଟ ଏବଂ ଭୁବନେଶ୍ୱରରେ ଠାରେ ଏକ ଫ୍ଲାଟ ଚିକିଟିଗଡ଼ରେ ଦେଶୀ ଘର , ସମ୍ପର୍କୀୟ ଘର,ଏବଂ ଚିକିଟି କଲେଜରେ ଥିବା ଅଫିସ୍ ରୁମ୍ ଇତ୍ୟାଦି ମାନ୍ୟବର ସ୍ୱତନ୍ତ୍ର ଜଜ୍ ଭିଜିଲାନ୍ସ,ବ୍ରହ୍ମପୁର ସର୍ଚ୍ଚ ୱାରେଣ୍ଟ୍ର ଆଣି ତଦନ୍ତ କରୁଥିବା ସୂଚନା । ବର୍ତ୍ତମାନ ସୁଦ୍ଧା ୨୦ହାଜର ସହ ବହୁ ପରିମାଣର ସୁନା ମିଳିଥିବା ସୂଚନା ।



