ଛତୁ ଚାଷ ପାଇଁ ଆତ୍ମା ଯୋଜନାରେ ୧୦୦୦୦ଟଙ୍କା ଅନୁଦାନ ରାଶି ପ୍ରଦାନ
ଜେ
ବି ଏନ, ୨୯/୧୨/୨୦୨୦, (ରିପୋର୍ଟ, ସୁଶାନ୍ତ କୁମାର ମହାପାତ୍ର), ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ର ଓଡାପଡ଼ା ତହସିଲ ଅନ୍ତର୍ଗତ କୃଷିବୈଶୟୀକ ସସ୍ଥା ଦ୍ଵାରା ମା ମାନେ କିପରି ଛତୁ ଚାଷ କରି ଆତ୍ମ ନିର୍ଭରଶୀଳ ହେବେ,ଆତ୍ମା ଯୋଜନାରେ ୧୦୦୦୦ଟଙ୍କା ଅନୁଦାନ ରାଶି ପ୍ରଦାନ–ନାରୀ ନିଜର ପ୍ରଚେଷ୍ଠାରେ ବିଭିନ୍ନ ଚାଷ କାର୍ଯ୍ୟ କରି ନିଜର ପରିବାର ପ୍ରତିପୋଷଣ କରିପାରିବ।କୃଷି ବୈଷୟିକ ସସ୍ଥା ଦ୍ୱାରା ପ୍ରତେକ ସ୍ୱୟଂ ସହାୟିକାଗୋଷ୍ଠୀର ମା ମାନେ କିପରି ଆତ୍ମନିର୍ଭର ଶୀଳ ହେବେ ,କିପରି ବିଭିନ୍ନ ପ୍ରଜାତିର ଚାଷ ଯଥା ଛତୁ ଚାଷ,ମହୁ ଚାଷ,ଫୁଲ ଚାଷ ଓ ପନିପରିବା ଚାଷ ଇତ୍ୟାଦି କରି ନିଜର ପରିବାର ପ୍ରତିପୋଷଣ କରିବେ,ସେଥି ପ୍ରତି ବିଭିନ୍ନ ଯୋଜନା କରାଯାଇଛି।ବଳରାମ ଯୋଜନା,ଆତ୍ମା ଯୋଜନା ଇତ୍ୟାଦି ମାଧ୍ୟମରେ ଚାଷୀ ଭାଇ ଓ ଭଉଣି ମାନେ କିପରି ଚାଷ କାର୍ଯ୍ୟରେ ଉନ୍ନତୀ କରିବା ହେଉଛି ସରକାରଙ୍କ ପ୍ରଚେଷ୍ଠା। ତେଣୁ ଓଡାପଡା ବ୍ଲକର କୃଷିବୈଶୟୀକ ସସ୍ଥା ଦ୍ଵାରା ରଂଜାସିଂହା ଗ୍ରାମର ମା ରମାଦେବୀ ସ୍ଵୟଂ ସହାୟିକା ଗୋଷ୍ଠୀ କୁ ଛତୁ ଚାଷ କରିବା ପାଇଁ କୃଷି ବୈଷୟିକ ସସ୍ଥାର ମୁଖିଆ ଶ୍ରୀମତୀ ସାସ୍ବତୀ ମିଶ୍ର ଦ୍ୱାରା ୧୦୦୦୦ଟଙ୍କା ଆତ୍ମା ଯୋଜନାରେ ପ୍ରଦାନ କରିଥିଲେ। ଏହି ବୈଠକରେ ସସ୍ଥାର ମ୍ୟାନେଜର ଦେବାଶିଷ ସାହୁ ମଧ୍ୟ ଉପସ୍ଥିତ ଥିଲେ। ସେମାନେ କିପରି ଛତୁ ଚାଷ କରି ସ୍ୱାବଲମ୍ବୀ ହୋଇପାରିବେ,ସେଥି ପ୍ରତି ଆଲୋଚନା କରିଥିଲେ ଓ କିପରି ଉତ୍ତମ ଛତୁ ଚାଷ ପ୍ରଣାଳୀ ପ୍ରଶିକ୍ଷଣ ଦିଆଯିବ ,କୃଷିବୈଶୟୀକ ସସ୍ଥାର ମୁଖୀୟା ଆଲୋଚନା କରିଥିଲେ।ନାରୀ ନିଜର ଦୃଢ଼ ମନ ବଳରେ କୃଷିକାର୍ଯ୍ୟ କରି ସଫଳ ହୋଇପାରିବ ବୋଲି ସେ ତାଙ୍କ ଭାଷଣରେ ବ୍ୟକ୍ତ କରିଥିଲେ।




