ଭାରତୀୟ ଭାଷା ଆନ୍ଦୋଳନର ସଚେତନତା ସଭା ଅନୁଷ୍ଠିତ

ଜେ ବି ଏନ, ୨୯/୧୨/୨୦୨୦, (ରିପୋର୍ଟ, ଚୈତନ୍ୟ ସାହୁ), ଅନୁଗୋଳ : ଭାରତୀୟ ଭାଷା ଆନ୍ଦୋଳନ ର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀମାନ ନବିନ କୌଶିକ, ରାଷ୍ଟ୍ରୀୟ ମନ୍ତ୍ରୀ ବିଶାଲ ଯୋଲୀ ଏବଂ ଅଜୟ ଶର୍ମା ଆଜି ଅନୁଗୋଳ ଜଗ ନାଥ ମନ୍ଦିର ପ୍ରାଙ୍ଗଣ ରେ ଉପସ୍ଥିତ ରହି ସଂଗଠନ ର ଓଡ଼ିଶା ପ୍ରାନ୍ତ ରାଜ୍ୟ କାର୍ଯ୍ୟକାରିଣୀ ମୁଖ୍ୟ ଆଇନଜୀବୀ ଅର୍ଜୁନ କୁମାର ମୁଦୁଲି ଙ୍କ ଆହ୍ବାନ ରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇ ଯାଇଛି। ସଂଗଠନ ର ମୂଳ ଉଦ୍ଦେଶ୍ୟ ହେଲା ସମସ୍ତ ନ୍ୟାୟାଳୟ ର ଭାଷା ମାତୃଭାଷା ହେଉ, ଜନତା ଙ୍କୁ ନ୍ୟାୟ ଜନତା ଙ୍କ ଭାଷା ରେ ମିଳୁ।ଏହି ସଭା ରେ ଉପସ୍ଥିତ ଥିଲେ ସଂଗଠନ ର ଅନୁଗୋଳ ଜିଲ୍ଲା ଉପ ସଭାପତି ପଦ୍ମ ଚରଣ ପ୍ରଧାନ, ସମ୍ପାଦକ ବିନୋଦ କୁମାର ସାମଲ, କୋଷାଧ୍ୟକ୍ଷ ସସ୍ମିତା ସାହୁ, ବାଳକୃଷ୍ଣ ମେମୋରିଆଲ ଟ୍ରଷ୍ଟ ର ସଭାପତି ଶ୍ରୀଯୁକ୍ତ ଅକ୍ଷୟ କୁମାର ପଟ୍ଟନାୟକ, ଅନୁଗୋଳ ସାହିତ୍ୟ ଘର ର ସମ୍ପାଦକ ଅରୁଣ କୁମାର ସାହୁ ଏବଂ ଶିକ୍ଷାବିତ୍ କୃତିବାସ ଭୂତିଆ।




