Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39
ଦେଶରେ ଇଥାନଲ ଉତ୍ପାଦନ ଦକ୍ଷତା ବୃଦ୍ଧି ପାଇଁ ସଂଶୋଧିତ ଯୋଜନାକୁ କ୍ୟାବିନେଟର ଅନୁମୋଦନ - Jagrat Bharat News

ଦେଶରେ ଇଥାନଲ ଉତ୍ପାଦନ ଦକ୍ଷତା ବୃଦ୍ଧି ପାଇଁ ସଂଶୋଧିତ ଯୋଜନାକୁ କ୍ୟାବିନେଟର ଅନୁମୋଦନ

ଦେଶରେ ଇଥାନଲ ଉତ୍ପାଦନ ଦକ୍ଷତା ବୃଦ୍ଧି ପାଇଁ ସଂଶୋଧିତ ଯୋଜନାକୁ କ୍ୟାବିନେଟର ଅନୁମୋଦନ

ଏହାଦ୍ୱାରା ଚାଉଳ, ଗହମ, ଯବ, ବାଜରା, ଜୱାର, ବିଭିନ୍ନ ଶସ୍ୟ, ଆଖୁ ଆଦିରୁ ଇଥାନଲ ଉତ୍ପାଦନ କରାଯିବ ଏବଂ ଏହା ଚାଷୀଙ୍କ ଆୟ ବଢାଇବାରେ ସହାୟକ ହେବ

ଚାଷୀମାନଙ୍କ ଭଳି ଜନସଂଖ୍ୟାର ଏକ ବଡ଼ ଭାଗର ଉପକାର ପାଇଁ ସରକାର ଏଫ୍‍ସିଆଇ ପାଖରେ ଥିବା ମକା ଏବଂ ଚାଉଳକୁ ଇଥାନଲ ଉତ୍ପାଦନ ପାଇଁ ବ୍ୟବହାର କରିବାକୁ ସୁରାସାର କାରଖାନାକୁ ଉତ୍ସାହିତ କରୁଛନ୍ତି

2022 ସୁଦ୍ଧା ପେଟ୍ରୋଲରେ 10 ଶତାଂଶ ଇଥାନଲ ମିଶାଇବାକୁ ସରକାର ଯେଉଁ ଲକ୍ଷ୍ୟ ରଖିଥିଲେ ଭାରତ ସେ ପଥରେ ସୁରୁଖୁରୁରେ ଆଗେଇ ଚାଲିଛି

ଏହାଦ୍ୱାରା ଆମ ଚାଷୀମାନଙ୍କର ଆୟ ବଢିବ ଏବଂ ସେମାନଙ୍କ ଜୀବନ ଜୀବିକାରେ ଉନ୍ନତି ଆସିବ

ସରକାର 2022 ସୁଦ୍ଧା 10 ଶତାଂଶ ଇନ୍ଧନଯୋଗ୍ୟ ଇଥାନଲ ପେଟ୍ରୋଲରେ ମିଶାଇବାକୁ ଲକ୍ଷ୍ୟ ରଖିଛନ୍ତି

ଏହା ପରେ 2026 ସୁଦ୍ଧା ଏହି ମିଶ୍ରଣକୁ 15 ଭାଗ ଓ 2030 ସୁଦ୍ଧା 20 ଭାଗକୁ ବଢାଇବାକୁ ଲକ୍ଷ୍ୟ ରଖାଯାଇଛି

ଧାର୍ଯ୍ୟ ସମୟ ପୂର୍ବରୁ ସରକାର ଏହି ଇଥାନଲ ପେଟ୍ରୋଲ ମିଶ୍ରଣ (ବ୍ଲେଣ୍ଡିଂ) ଲକ୍ଷ୍ୟକୁ 2025 ସୁଦ୍ଧା ସାରିବାକୁ ମଧ୍ୟ ଯୋଜନା କରୁଛନ୍ତି

ଅତିରିକ୍ତ ଆଖୁ ଓ ବଳକା ଚିନିକୁ ଇଥାନଲ ଉତ୍ପାଦନ ପାଇଁ ବ୍ୟବହାର କରିବାକୁ ସରକାର ଅନୁମତି ପ୍ରଦାନ କରିଛନ୍ତି; ଏହା ଫଳରେ ଆଖୁ ଚାଷୀମାନଙ୍କୁ ସେମାନଙ୍କର ପାଉଣା ସହଜରେ ଦେଇହେବ

ଆଖୁ ଚାଷୀମାନଙ୍କ ସୁବିଧା ପାଇଁ ସରକାର ମୋଲାସେସଭିତ୍ତିକ ଡିଷ୍ଟିଲାରୀଗୁଡିକର ଉତ୍ପାଦନ କ୍ଷମତାକୁ ଦୁ

Posted On: 30 DEC 2020 3:44PM by PIB Bhubaneshwar

2010-11 ଚିନି ଋତୁଠାରୁ ଦେଶରେ ଆବଶ୍ୟକତାଠାରୁ ଅଧିକ ଆଖୁ ଉତ୍ପାଦିତ ହେଉଛି । କେବଳ 2016-17 ବର୍ଷରେ ମରୁଡି ଯୋଗୁଁ ଏହି ଉତ୍ପାଦନ କମ୍‍ ରହିଥିଲା । ଏବେ ଦେଶର ବିଭିନ୍ନ  ଅଞ୍ଚଳରେ ଉନ୍ନତ କିସମର ଆଖୁ ଚାଷ ହେଉଥିବାରୁ ଆଗାମୀ ଦିନରେ ଚିନି ଉତ୍ପାଦନ  ଆହୁରି ବଢିବ । ସ୍ୱାଭାବିକ ଚିନି ଋତୁଭାବେ ବିବେଚିତ ହେଉଥିବା ସମୟ ଅକ୍‍ଟୋବରରୁ ସେପ୍‍ଟେମ୍ବର ମଧ୍ୟରେ ଦେଶରେ 320 ଲକ୍ଷ ମେଟ୍ରିକ ଟନ ଚିନି ଉତ୍ପାଦିତ ହୋଇଥାଏ । ତେବେ ଭାରତର ବାର୍ଷିକ ଚିନି ଆବଶ୍ୟକତା ପ୍ରାୟ 260 ଲକ୍ଷ୍ୟ ମେଟ୍ରିକ ଟନ । ତେଣୁ ସ୍ୱାଭାବିକ ଚିନି ଋତୁରେ ଯେଉଁ 60 ଲକ୍ଷ ମେଟ୍ରିକ ଟନ ବଳକା ରହୁଛି ତାହା ଘରୋଇ ଚିନି ମିଲ୍‍ ଉପରେ ଚାପ ସୃଷ୍ଟି କରୁଛି । ବଜାରରେ ବଳକା ଚିନି ରହୁଥିବାରୁ ଏହାର ମୂଲ୍ୟ ମଧ୍ୟ ମାନ୍ଦା ରହୁଛି ।  ଏହି 60 ଲକ୍ଷ ମେଟ୍ରିକ ଟନ ଅତିରିକ୍ତ ଚିନି ବିକ୍ରି ହୋଇପାରୁନାହିଁ । ତେଣୁ ସେ ବାବଦରେ ଚାଷୀକୁ ସେମାନଙ୍କ ଆଖୁ  ବାବଦ ଦେୟ ପ୍ରଦାନ କରିବାରେ ଚିନିକଳ ମାଲିକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆଖୁଚାଷୀମାନଙ୍କୁ ମିଲ୍‍ ମାଲିକମାନେ 19 ହଜାର କୋଟି ଟଙ୍କା ପ୍ରଦାନ କରିବାରେ ବିଫଳ ହେବାରୁ ଏକ ଗୁରୁତର ପରିସ୍ଥିତ ସୃଷ୍ଟି ହୋଇଛି । ଫଳରେ ଉଭୟ ଚିନିକଳ ମାଲିକ ଓ ଆଖୁଚାଷୀ ଆର୍ଥିକ ଚାପର ସମ୍ମୁଖୀନ ହେଉଛନ୍ତି । ଏହାର କୁପ୍ରଭାବ ଚିନି ଅର୍ଥନୀତି ଏବଂ ସାମଗ୍ରିକ ଅର୍ଥନୀତି ଉପରେ ପଡୁଛି । ଅତଏବ ଏହି ବଳକା ଚିନି ସମସ୍ୟାର ସମାଧାନ ପାଇଁ ଚିନିକଳ ମାଲିକମାନେ ସେଗୁଡିକୁ ବିଦେଶକୁ ରପ୍ତାନୀ କରୁଛନ୍ତି । ସେ ବାବଦରେ ମଧ୍ୟ କେନ୍ଦ୍ର ସରକାର ମିଲ୍‍ଗୁଡିକୁ ଚିନି ପରିବହନ ବାବଦରେ ଆର୍ଥିକ ସହାୟତା ଯୋଗାଉଛନ୍ତି । ଆହୁରି ମଧ୍ୟ ଭାରତ ଏକ ବିକାଶଶୀଳ ଦେଶ ହୋଇଥିବାରୁ ବିଶ୍ୱ ବାଣିଜ୍ୟ ପ୍ରତିଷ୍ଠାନ ନିୟମ ଅନୁସାରେ ବଳକା ଚିନିକୁ ସରକାର ଆର୍ଥିକ ପ୍ରୋତ୍ସାହନ ଦେଇ 2023 ପର୍ଯ୍ୟନ୍ତ ରପ୍ତାନୀ କରିପାରିବେ । ଏହା ପରେ ଭାରତକୁ ଏ ସୁଯୋଗ ଆଉ ମିଳିବ ନାହିଁ ।

ତେଣୁ ଅତିରିକ୍ତ ଚିନି ଓ ଆଖୁକୁ ବ୍ୟବହାର କରି ଇଥାନଲ ଉତ୍ପାଦନ ଉପରେ ଗୁରୁତ୍ୱ ଦିଆଯାଉଛି । ଏହିସବୁ ବଳକା ଚିନି ଏକ ଉପାର୍ଜନକ୍ଷମ ପନ୍ଥାରେ ବିନିଯୋଗ ହେଲେ ଦେଶରେ ଚିନିର ମୂଲ୍ୟ ଠିକ୍‍ ରହିବ । ଏହା ଫଳରେ ଚିନି ଭଣ୍ଡାର କରିବାର ସମସ୍ୟା ରହିବା ନାହିଁ କିମ୍ବା ଚାଷୀ ଓ ମିଲ୍‍ର କ୍ଷତିଗ୍ରସ୍ତ ହେବେ ନାହିଁ । ଚାହିଦା ଓ ଯୋଗାଣ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରାଯାଇପାରିବ । ମିଲରମାନଙ୍କ ଚିନି ଠିକ୍‍ ସମୟରେ ବିକ୍ରି ହୋଇଗଲେ ଚାଷୀମାନେ ମଧ୍ୟ ଆଖୁ ବାବଦ ପଇସା ଉପଯୁକ୍ତ ସମୟରେ ପାଇପାରିବେ । ଏହାଦ୍ୱାରା ଚିନିଶିଳ୍ପ ଚାପମୁକ୍ତ ହୋଇ ସ୍ୱାଭାବିକଭାବେ କାର୍ଯ୍ୟ କରିବ ।

2022 ସୁଦ୍ଧା ପେଟ୍ରୋଲରେ 10 ଶତାଂଶ ଇନ୍ଧନଯୋଗ୍ୟ ଇଥାନଲ ମିଶାଇବାକୁ ସରକାର ଲକ୍ଷ୍ୟଧାର୍ଯ୍ୟ କରିଛନ୍ତି । ସେହିଭଳି ଏହି ଅନୁପାତକୁ 2026 ସୁଦ୍ଧା 15 ଶତାଂଶ ଏବଂ 2030 ସୁଦ୍ଧା 20 ଶତାଂଶକୁ ବଢାଇବାକୁ ଲକ୍ଷ୍ୟ ରଖାଯାଇଛି । ଚିନିଶିଳ୍ପକୁ ସମର୍ଥନ ଦେବା ସହ ଆଖୁଚାଷୀଙ୍କ ସ୍ୱାର୍ଥରକ୍ଷା ପାଇଁ ସରକାର ମଧ୍ୟ ଗୁଡ, ଦୋରୁଅ, ପାଣିଆଗୁଡ ଏବଂ ଚିନିରୁ ଇଥାନଲ ଉତ୍ପାଦନ କରିବାକୁ ଅନୁମତି ପ୍ରଦାନ କରିଛନ୍ତି । ଏହିସବୁ ଉତ୍ପାଦିତ ଇଥାନଲର ଲାଭଜନକ ବିକ୍ରୟ ମୂଲ୍ୟ ମଧ୍ୟ ସରକାର ଧାର୍ଯ୍ୟ କରିଛନ୍ତି । ଇଥାନଲ ଯୋଗାଣ ପାଇଁ ମଧ୍ୟ ସରକାର ଏକ ନୀତି ପ୍ରସ୍ତୁତ କରିଛନ୍ତି । ଚଳିତ ଋତୁରେ ଇଥାନଲର ସହାୟକ ମୂଲ୍ୟକୁ ବୃଦ୍ଧି କରାଯାଇଛି । ଉତ୍ତମ ଇନ୍ଧନ ମାନର ଅଧିକ ଇଥାନଲ ଉତ୍ପାଦନ ପାଇଁ ସରକାର ବିଭିନ୍ନ ଡିଷ୍ଟିଲାରୀକୁ ଏଫ୍‍ସିଆଇରେ ବଳକା ଥିବା ମକା ଓ ଚାଉଳକୁ ନେଇ ବ୍ୟବହାର କରିବାକୁ ଅନୁମତି ଦେଇଛନ୍ତି । ଏଥିପାଇଁ ମଧ୍ୟ ଇଥାନଲର ଲାଭଜନକ ମୂଲ୍ୟ ଘୋଷଣା କରାଯାଇଛି । ସରକାର 2030 ସୁଦ୍ଧା ପେଟ୍ରୋଲରେ 20 ଶତାଂଶ ଇଥାନଲ ମିଶାଇବାକୁ ଯେଉଁ ଲକ୍ଷ୍ୟ ରଖିଛନ୍ତି ତାହାର 5 ବର୍ଷ ପୂର୍ବରୁ ଏହି ଲକ୍ଷ୍ୟ ହାସଲ କରିବାକୁ ଯୋଜନା କରୁଛନ୍ତି । ତେବେ ଏବେ ଏହି ଲକ୍ଷ୍ୟ ପୂରଣ ପାଇଁ ଦେଶରେ ଯଥେଷ୍ଟ ଇଥାନଲ ଦକ୍ଷତା ନାହିଁ । ଏହି ଉତ୍ପାଦନ ଦକ୍ଷତା ବଢାଇବାକୁ ସରକାର ଉଦ୍ୟମ କରୁଛନ୍ତି । ସେହିଭଳି ଉତ୍ପାଦିତ ଇଥାନଲକୁ ଦେଶର ବିଭିନ୍ନ ତୈଳ କଂପାନୀ ସରକାରୀ ନୀତିନିୟମରେ ଉତ୍ପାଦକଙ୍କଠାରୁ କିଣୁଛନ୍ତି ।

କେବଳ ଅଧିକ ଇଥାନଲ ଉତ୍ପାଦନ କରିଦେଲେ ଯଥେଷ୍ଟ ନୁହେଁ । ପେଟ୍ରୋଲରେ ମିଶିବା ପାଇଁ ଯେଉଁ ମାନର ଇଥାନଲ ଦରକାର ତାହାର ଉତ୍ପାଦନ ଉପରେ ଗୁରୁତ୍ୱ ଦେବାକୁ ପଡିବ । ଆଖୁରୁ କେବଳ ଏହା ସମ୍ଭବ ନୁହେଁ । ଏଥିପାଇଁ ପ୍ରଥମ ପିଢି ବା 1ଜି ଇଥାନଲର ଆବଶ୍ୟକତା ରହିଛି । କନ୍ଦମୂଳ ଜାତୀୟ ପଦାର୍ଥ, ବିଭିନ୍ନ ପ୍ରକାର ଶସ୍ୟରୁ ମଧ୍ୟ ଏହା ଉତ୍ପାଦିତ ହୋଇପାରିବ ।  ତାହାକୁ ଦୃଷ୍ଟିରେ ରଖି ଧାନଚାଉଳ, ଗହମ, ଜବ, ବିଭିନ୍ନ ପ୍ରକାର ଶସ୍ୟ ଓ ବାଜରା ଜୱାର ଆଦି ସହିତ ଆଖୁ ଓ କନ୍ଦମୂଳ ଜାତୀୟ ଫସଲ ଉତ୍ପାଦନକୁ ବଢାଇବାକୁ ହେବ ।

ଏଥିପାଇଁ ସରକାର ନିମ୍ନଲିଖିତ ନିଷ୍ପତ୍ତିମାନ ଗ୍ରହଣ କରିଛନ୍ତି ।

(1) ଇଥାନଲ ଉତ୍ପାଦନ ଦକ୍ଷତା ବୃଦ୍ଧି ପାଇଁ ସରକାର ନିମ୍ନଲିଖିତ ବର୍ଗ ଓ ଶ୍ରେଣୀକୁ ସୁଧ ରିଆତି ପ୍ରଦାନ କରିବାକୁ ସଂଶୋଧିତ ବ୍ୟବସ୍ଥାରେ ସୁବିଧା ଯୋଗାଇ ଦେଇଛନ୍ତି ।

(କ) ଶସ୍ୟଭିତ୍ତିକ ଡିଷ୍ଟିଲାରୀ ସ୍ଥାପନ ଓ ଏହିଭଳି ସୁରାସାର ଉତ୍ପାଦନ କାରଖାନାର ସଂପ୍ରସାରଣ ପାଇଁ ଋଣ ଉପରେ ସୁଧ ରିଆତି ମିଳିବ । ତେବେ ଯେଉଁ ଡିଷ୍ଟିଲାରୀଗୁଡିକ ଡ୍ରାଏ ମିଲିଂ ପ୍ରକ୍ରିୟାରେ ଇଥାନଲ ଉତ୍ପାଦନ କରୁଛନ୍ତି ସେମାନେ କେବଳ ଏହି ସୁଧ ରିଆତି ସୁବିଧା ପାଇବେ ।

(ଖ) ମୋଲାସେସଭିତ୍ତିକ ନୂଆ ଡିଷ୍ଟିଲାରୀ ସ୍ଥାପନ ବା ପୁରୁଣା ଡିଷ୍ଟିଲାରୀର ସଂପ୍ରସାରଣ ପାଇଁ ଏହି ଋଣଛାଡ ସୁବିଧା ମିଳିବ । କେନ୍ଦ୍ର ପରିବେଶ ନିୟନ୍ତ୍ରଣ ବୋର୍ଡର ନୀତିନିୟମ ଭିତ୍ତିରେ ଯେଉଁସବୁ ଉଦ୍ୟୋଗ ଏହି ଇଥାନଲ ଉତ୍ପାଦନ କରୁଛନ୍ତି ସେମାନେ ମଧ୍ୟ ଏହି ସୁବିଧା ପାଇପାରିବେ ।

(ଗ) ନୂଆ ଡୁଆଲଫିଡ୍‍ ଡିଷ୍ଟିଲାରୀ ସ୍ଥାପନ ବା ଏଭଳି ଡିଷ୍ଟିଲାରୀର ସଂପ୍ରସାରଣ ପାଇଁ ସୁବିଧା ମିଳିବ ।

(ଘ) ବର୍ତ୍ତମାନର ମୋଲାସେସ୍‍ ଭିତ୍ତିକ ଡିଷ୍ଟିଲାରୀର ପରିବର୍ତ୍ତନ କରି ଏହାକୁ ଡୁଆଲ ଫିଡ୍‍ରେ ପରିଣତ କରିବା ପାଇଁ ମଧ୍ୟ ଏହି ସରକାରୀ ସୁବିଧା ଯୋଗାଣ ପ୍ରଯୁଜ୍ୟ ହେବ । ଡୁଆଲ ଫିଡ୍‍ର ଅର୍ଥ ହେଲା ଉଭୟ ମୋଲାସେସ ଓ ଶସ୍ୟକୁ ବ୍ୟବହାର କରି   ସେଥିରୁ ଇଥାନଲ ଉତ୍ପାଦନ କରିବା ।

(ଙ) ଜୱାର, ବାଜରା, ସୁଗାରବିଟ୍‍ ଓ ଅନ୍ୟାନ୍ୟ ଶସ୍ୟକୁ ବ୍ୟବହାର କରି ନୂଆ ଡିଷ୍ଟିଲାରୀ ସ୍ଥାପନ ପାଇଁ ମଧ୍ୟ ଏହି ରିଆତି ବ୍ୟବସ୍ଥା ମିଳିବ । ଏହାଛଡା ଯେଉଁ ଡିଷ୍ଟିଲାରୀ ଏମ୍‍ଏସ୍‍ଡିଏଚ୍‍ ବ୍ୟବହାର କରି ରେକ୍ଟିଫାଏଡ ସ୍ପିରିଟକୁ ଇଥାନଲରେ ପରିବର୍ତ୍ତନ କରିବାକୁ ଚାହିଁବେ ସେମାନଙ୍କୁ  ମଧ୍ୟ ଏହି ଯୋଜନାରେ ସୁଧଛାଡ ମିଳିବ ।

(2) ସରକାର ଏ କ୍ଷେତ୍ରରେ ଋଣଛାଡ ଜନିତ ଖର୍ଚ୍ଚ 5ବର୍ଷ ପର୍ଯ୍ୟନ୍ତ ବହନ କରିବେ । ସେହିଭଳି ଋଣଗ୍ରହୀତାଙ୍କ ପାଇଁ 1 ବର୍ଷର ସ୍ଥଗନାଦେଶ ସୁବିଧା ରହିଛି; ଯଦ୍ଦ୍ୱାରା ସେମାନଙ୍କୁ ତତ୍କାଳ ଋଣ ଶୁଝିବାକୁ ପଡିବ ନାହିଁ ।

(3) ଯେଉଁସବୁ ଉଦ୍ୟୋଗ ବା ସଂସ୍ଥା ଅତିରିକ୍ତ ଡିଷ୍ଟିଲେସନ ଦକ୍ଷତାର ଉପଯୋଗ କରି  75 ଶତାଂଶ ଇଥାନଲ ଉତ୍ପାଦନ କରୁଥିବେ କେବଳ ସେହି ସଂସ୍ଥାମାନେ ଋଣଛାଡ ସୁବିଧା ପାଇବେ ।

ସରକାରଙ୍କ ଏହିସବୁ ପ୍ରୋତ୍ସାହନ ଫଳରେ ଦେଶରେ 1ଜି ଇଥାନଲ ଉତ୍ପାଦନ ପରିମାଣ ବଢିବ ଏବଂ ସରକାର ଧାର୍ଯ୍ୟମତେ ପେଟ୍ରୋଲରେ ଇଥାନଲ ମିଶ୍ରଣ କାର୍ଯ୍ୟ ସୁରୁଖୁରୁରେ ସଂପନ୍ନ କରିପାରିବେ । ଏହାଦ୍ୱାରା ମଧ୍ୟ ଦେଶରେ ନିଜସ୍ୱ ଉତ୍ସରୁ ଇଥାନଲ ସଂଗୃହୀତ ହୋଇପାରିବ; ଯାହା ଏକ ଇନ୍ଧନ ହିସାବରେ ପ୍ରଦୂଷଣମୁକ୍ତ ଏବଂ ବାସ୍ତବରେ ଅସରନ୍ତି । ଏହାଦ୍ୱାରା ଆମ ପରିବେଶ ଉପରେ ଅନୁକୂଳ ପ୍ରଭାବ ପଡିବ ଏବଂ ସର୍ବୋପରି ଦେଶ ତୈଳ ଆମଦାନୀ ନିମନ୍ତେ ଯେଉଁ ବିପୁଳ ଅର୍ଥ ବ୍ୟୟ କରୁଛି ତାହା ହ୍ରାସ ପାଇବ । ଆହୁରି ମଧ୍ୟ ଏହାଦ୍ୱାରା ଚାଷୀମାନେ ଠିକ୍‍ ସମୟରେ ସେମାନଙ୍କର ପ୍ରାପ୍ୟ ପାଇବେ ।

6 ବର୍ଷ ମଧ୍ୟରେ ଡିଷ୍ଟିଲେସନ କ୍ଷମତା ବୃଦ୍ଧି ଓ ବ୍ଳେଣ୍ଡିଂରେ ସରକାରଙ୍କ ଉପଲବ୍‍ଧି

2022 ସୁଦ୍ଧା ସରକାର ମୋଟର ଇନ୍ଧନରେ 10 ଶତାଂଶ ଇଥାନଲ ମିଶାଇବାକୁ ଲକ୍ଷ୍ୟ ରଖିଛନ୍ତି । 2030 ସୁଦ୍ଧା ଏହାକୁ ଦ୍ୱିଗୁଣିତ କରିବାର ଲକ୍ଷ୍ୟ ରହିଛି । 2014 ପର୍ଯ୍ୟନ୍ତ ଦେଶରେ ମୋଲାସେସଭିତ୍ତିକ ଇଥାନଲ ଡିଷ୍ଟିଲେସନ କ୍ଷମତା 200 କୋଟି ଲିଟରରୁ କମ୍‍ ଥିଲା । ତେବେ ଗତ 6 ବର୍ଷ ମଧ୍ୟରେ ଏହିସବୁ ଡିଷ୍ଟିଲେସନର କ୍ଷମତା ଦ୍ୱିଗୁଣିତ ହୋଇ ବାର୍ଷିକ 426 କୋଟି ଲିଟରରେ ପହଞ୍ଚିଛି । 2024 ସୁଦ୍ଧା ଦେଶରେ ଡିଷ୍ଟିଲେସନ ଦକ୍ଷତାକୁ ଦ୍ୱିଗୁଣିତ କରିବା ପାଇଁ ସରକାର ସମ୍ମିଳିତ ଉଦ୍ୟମ ଆରମ୍ଭ କରିଛନ୍ତି ।

2013-14 ଇଥାନଲ ଯୋଗାଣ ବର୍ଷରେ ଦେଶର ତୈଳ ବିପଣନକାରୀ କଂପାନୀଗୁଡିକୁ 40 କୋଟି ଲିଟରରୁ କମ୍‍ ଇଥାନଲ ଯୋଗାଇ ଦିଆଯାଇଥିଲା । ଏହି ଇଥାନଲକୁ 1.53 ଶତାଂଶ ହାରରେ ପେଟ୍ରୋଲ ସହ ମିଶାଯାଉଥିଲା । ତେବେ ସେ ଯାହାହେଉ, କେନ୍ଦ୍ର ସରକାରଙ୍କ ସମନ୍ୱିତ ଉଦ୍ୟମ ଫଳରେ ଦେଶରେ ଉତ୍ତମ ଇନ୍ଧନମାନର ଇଥାନଲ ବୃଦ୍ଧି ପାଇଛି ଏବଂ ତୈଳ କଂପାନୀଗୁଡିକୁ ଏହାର ଯୋଗାଣ ଗତ 6 ବର୍ଷ ମଧ୍ୟରେ 4 ଗୁଣ ବଢିଛି । 2018-19 ଯୋଗାଣ ବର୍ଷରେ 189 କୋଟି ଲିଟର ଇଥାନଲ ଯୋଗାଇ ଦିଆଯାଇ 5 ଶତାଂଶ ବ୍ଳେଣ୍ଡିଂ କରାଯାଇଥିଲା । ତେବେ ମହାରାଷ୍ଟ୍ର ଏବଂ କର୍ଣ୍ଣାଟକରେ କେବଳ ମରୁଡି ଯୋଗୁଁ ଆଖୁ ଉତ୍ପାଦନ ହ୍ରାସ ପାଇବାରୁ 2019-20ରେ ଇଥାନଲ ଉତ୍ପାଦନ ଓ ସଂଗ୍ରହ କମ୍‍ ରହିଥିଲା । ସେହିବର୍ଷ ବିଭିନ୍ନ ଡିଷ୍ଟିଲାରୀ 172.50 କୋଟି ଲିଟର ଇଥାନଲ ଯୋଗାଇ ଦେଇଥିଲେ । ତଦନୁସାରେ 5 ଶତାଂଶ ବ୍ଲେଣ୍ଡିଂ ଲକ୍ଷ୍ୟ ସମ୍ଭବ ହୋଇଥିଲା । ଚଳିତ 2020-21 ଇଥାନଲ ଯୋଗାଣ ବର୍ଷରେ ବିଭିନ୍ନ ଡିଷ୍ଟିଲାରୀରୁ 325 କୋଟି ଲିଟର ଇଥାନଲ ତୈଳ କଂପାନୀମାନଙ୍କୁ ଯୋଗାଇ ଦିଆଯିବ । ଏହା ଫଳରେ ପେଟ୍ରୋଲରେ 8.5 ଶତାଂଶ ଇଥାନଲ ବ୍ଲେଣ୍ଡିଂ ଲକ୍ଷ୍ୟ ପୂରଣ ହୋଇପାରିବ । ଏବେ ଏ କ୍ଷେତ୍ରରେ ଆମେ ଯେଉଁ ବେଗରେ ଯାଉଛୁ ତଦ୍ଦ୍ୱାରା 2022 ସୁଦ୍ଧା ଏହି ବ୍ଲେଣ୍ଡିଂ ଲକ୍ଷ୍ୟ 10 ଶତାଂଶ ହ୍ରାସ କରିବାକୁ ସକ୍ଷମ ହୋଇପାରିବୁ ବୋଲି ଆଶା କରାଯାଏ । ବ୍ଲେଣ୍ଡିଂ ସ୍ତର ବଢୁଥିବାରୁ ବିଦେଶରୁ ଜୀବାସ୍ମ ଇନ୍ଧନ ହ୍ରାସ ପାଇବ ଏବଂ ଏହା ପରିବେଶ ପ୍ରଦୂଷଣ ମଧ୍ୟ କମିବ । ଡିଷ୍ଟିଲାରୀଗୁଡିକର ଦକ୍ଷତା ବୃଦ୍ଧି  ପାଇଁ ଅଧିକରୁ ଅଧିକ ନିବେଶ ହେଉଥିବାରୁ ଏବଂ ନୂଆ ଡିଷ୍ଟିଲାରୀ ସ୍ଥାପନ କରାଯାଉଥିବାରୁ ଗ୍ରାମାଞ୍ଚଳରେ ନିଯୁକ୍ତି ସୁବିଧା ସୃଷ୍ଟି ହେବ ଏବଂ ଏହା ଆତ୍ମନିର୍ଭର ଭାରତ ନିର୍ମାଣ ଲକ୍ଷ୍ୟ ପୂରଣ କରିବାରେ ସହାୟକ ହେବ ।

 

**********

DS/TM

(Release ID: 1684864) Visitor Counter : 4

jagratbharatnews

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech