କାର୍ଯ୍ୟକାରୀ ହେଲା ଅନଗୁଳ ସଦର ଥାନା

ଜେ ବି ଏନ, ୩୧/୧୨/୨୦୨୦, (ରିପୋର୍ଟ, ଚୈତନ୍ୟ ସାହୁ), ଅନୁଗୋଳ : ଦୀର୍ଘ ପ୍ରତୀକ୍ଷା ର ଅନ୍ତ ଘଟାଇ ଆଜି ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ଭିଡିଓ କନ୍ଫରେନସିଂ ମାଧ୍ୟମ ଉଦଘାଟନ ହୋଇ କାର୍ଯ୍ୟକ୍ଷମ ହୋଇଛି ଅନଗୁଳ ସଦର ଥାନା । ମୁଖ୍ୟ ଅତିଥି ଭାବରେ ଅନଗୁଳ ବିଧାୟକ ତଥା ଉପବାଚସ୍ପତି ଓଡିଶା ସରକାର ଶ୍ରୀ ଯୁକ୍ତ ରଜନୀକାନ୍ତ ସିଂ ଯୋଗ ଦେଇଥିବା ବେଳେ ଅତିଥି ମାନ୍ୟବର ସାଂସଦ ଢେଙ୍କାନାଳ ଶ୍ରୀଯୁକ୍ତ ମହେଶ ସାହୁ ଉପସ୍ଥିତ ଥିଲେ ଏଥିରେ ପ୍ରଥମ ଆଇ ଆଇ ସି ଭାବରେ କଁଣିହାଁ ଥାନା ରେ ଥିବା ଆଇ ଆଇ ସି ପ୍ରଭାତ କୁମାର ତ୍ରିପାଠୀ ଙ୍କୁ ଦାୟିତ୍ୱ ମିଳିଛି ଏଠାରେ ୭ ଜଣ ଏସ ଆଇ ଓ ୪ ଜଣ ଏ ଏସ ଆଇ ଙ୍କୁ ମଧ୍ୟ ନିଯୁକ୍ତି କରାଯାଇଛି ।ସଦର ଥାନା ର ପରିସୀମା ରେ ଅନଗୁଳ , ବଅଁରପାଳ ଓ ଛେଣ୍ଡିପଦା ବ୍ଲକ ର ୧୮ ଟି ପଞ୍ଚାୟତ କୁ ସାମିଲ କରାଯାଇଛି । ସଦର ଥାନା ଖୋଲିବା ପରେ ଆଇନ ଶୃଙ୍ଖଳା ଓ ଅପରାଧ ନିୟନ୍ତ୍ରଣ କୁ ଆସିପାରିବ ବୋଲି ଅନୁମାନ କରାଯାଉଛି । ସଦର ଥାନା ପାଇଁ ରନ୍ତଲେଇ ମୌଜା ରେ ଜମି ଚିନ୍ହଟ ହୋଇସାରିଛି ସେଠାରେ ନୂତନ କୋଠା ନିର୍ମାଣ ହେବା ପର୍ଯ୍ୟନ୍ତ ରନ୍ତଲେଇ ହାଇସ୍କୁଲ ପଛପାଖରେ ଥିବା ଏସ ସି/ ଏସ ଟି ଦୁଇମହଲା ଛାତ୍ରାବାସ ରେ ଅସ୍ଥାୟୀ ଭାବରେ ସଦର ଥାନା ଚାଲିବ । କଣି ହାଁ ଆଇଆଇସି ଙ୍କୁ ସଦର ଦାୟିତ୍ୱ ସହ ଅନଗୁଳ ଥାନାରେ କାର୍ଯ୍ୟରତ ଏସ ଆଇ ପ୍ରକାଶ ଚନ୍ଦ୍ର ମାଝୀ ,ସତ୍ୟ ରଞ୍ଜନ ଲେଙ୍କା ,ସ୍ୱର୍ଣ୍ଣମୟୀ ଷଣ୍ଢ ଓ ତୁଷାର କାନ୍ତ ମହାନ୍ତି ଙ୍କୁ ସଦର ଥାନା ରେ ନିଯୁକ୍ତି କରାଯାଇଛି । ସେହିପରି ଭାବେ ସାଇବାର ସେଲ ର ଏସ ଆଇ ଦୀନକୃଷ୍ଣ ମିଶ୍ର ,ଜରପଡା ଥାନା ର ଆଶିଷ କୁମାର ସ୍ବାଇଁ , ତାଳଚେର ଥାନା ର ଶ୍ରୀନିବାସ ସେଠୀ ଙ୍କୁ ସଦର ଥାନା କୁ ବଦଳି କରାଯାଇଛି । ସେହିପରି ଅନଗୁଳ ଥାନାର ଏ ଏସ ଆଇ ପ୍ରଶାନ୍ତ କୁମାର ସାହୁ , ତାଳଚେର ଥାନା ର ଏ ଏସ ଆଇ ପ୍ରମୋଦ କୁମାର ପ୍ରଧାନ ,ବନ୍ତଲା ଥାନାର ଶଶୀଭୂଷଣ ଥେମେରିଆ ଓ ଖମାର ଥାନାର ଏ ଏସ ଆଇ ପ୍ରଶାନ୍ତ କୁମାର ବାର୍ଳା ଙ୍କୁ ସଦର ଥାନା ରେ ନିଯୁକ୍ତ କରାଯାଇଛି । ସଦର ଥାନା ରେ ନୂତନ ଅଫିସର ନିଯୁକ୍ତି ସହ ଆଉ କିଛି ଥାନା ର ଅଫିସର ଅଦଳବଦଳ କରାଯାଇଛି ବୋଲି ଆରକ୍ଷୀଅଧିକ୍ଷକ ଶ୍ରୀ ଜଗମୋହନ ମିନା କହିଥିଲେ ଏହି କାର୍ଯ୍ୟକ୍ରମରେ ବହୁ ବୁଦ୍ଧିଜୀବୀ ଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା ।




