
ସାବଧାନ ସାବଧାନ ସାବଧାନ ଦଣ୍ଡିତ ହେବାରୁ ବଞ୍ଚନ୍ତୁ
ଆଜିଠୁ ନୂଆ ନିୟମ
(ଜେ ବି ଏନ /ସୁଶାନ୍ତ କୁମାର) ୦୧/୦୧/୨୦୨୧ ଅନୁଗୋଳ : ଆଜିଠାରୁ ବାଇକ ପଛରେ ବସୁଥିବା ଲୋକବି ପିନ୍ଧିବେ ବାଧ୍ୟତାମୂଳକ ହେଲ୍ମେଟ୍। ଉଭୟ ଗାଡ଼ି ଚାଳକ ଓ ଗାଡ଼ି ପଛରେ ବସିଥିବା ବ୍ୟକ୍ତି ହେଲ୍ମେଟ୍ ପିନ୍ଧିବା ବାଧ୍ୟତାମୂଳକ। ଏନେଇ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ଏହି ନିୟମକୁ ଲାଗୁ କରିବାକୁ ରାଜ୍ୟ ପୋଲିସ ଏବଂ ପରିବହନ କମିଶନର ତତ୍ପରତା ପ୍ରକାଶ କରିଛନ୍ତି। ପୂର୍ବରୁ ପରିବହନ ବିଭାଗ ସଚିବ ପୋଲିସ ମହାନିର୍ଦ୍ଦେଶକଙ୍କୁ ଏକ ଚିଠି ଲେଖି ଅମାନିଆ ଚାଳକଙ୍କ ଲାଇସେନ୍ସ ବାତିଲ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ଦୃଷ୍ଟିରେ ରଖି ଆଜିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ହେଲ୍ମେଟ୍ ଚେକିଂକୁ ଜୋରଦାର କରାଯିବ।



