
କଂଗ୍ରେସ ତରଫରୁ କଳିଙ୍ଗ ନଗର ନିହତ ଆଦିଵାସୀଙ୍କ ପାଇଁ ଶ୍ରଦ୍ଧାଞ୍ଜଳୀ
(ଜେ ବି ଏନ /ସୁଶାନ୍ତ କୁମାର) ୦୨/୦୧/୨୦୨୦ ଢେଙ୍କାନାଳ : ୨୦୦୬ ମସିହା ଜାନୁଆରୀ ୨ରେ ନବୀନ ପଟ୍ଟନାୟକଙ୍କର ଵିଜେଡି- ବିଜେପି ଗଠଵନ୍ଧନ ସରକାରର ନିର୍ଦ୍ଦେଶରେ କଳିଙ୍ଗନଗରରେ ଘଟିଥିବା ଆଦିବାସୀ ନରସଂହାରର ୧୫ତମ ଵାର୍ଷିକୀରେ ଜିଲ୍ଲା କଂଗ୍ରେସ ତରଫରୁ ଢେଙ୍କାନାଳ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ଶ୍ରଦ୍ଧାଞ୍ଜଳୀ ଓ ପ୍ରତିବାଦ ସଭା ଆୟୋଜିତ ହୋଇଥିଲା । ପୂର୍ବତନ ଜିଲ୍ଲା ସଭାପତି ସୁରେଶ ଚନ୍ଦ୍ର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ପୋଲିସ୍ ଗୁଳିରେ ନିହତ ହୋଇଥିବା ୧୬ଜଣ ନିରିହ ଆଦିଵାସୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଵାନିମିତ୍ତ ଦୁଇମିନିଟ୍ ନୀରବ ପ୍ରାର୍ଥନା କରାଯିଵା ପରେ ବରିଷ୍ଠ ସଦସ୍ୟ ଵିପ୍ରଵର ସାହୁ ସେଦିନର ଲୋମହର୍ଷଣକାରୀ ଘଟଣାବଳୀର ପ୍ରତ୍ୟକ୍ଷଦର୍ଶୀ ଅନୁଭୁତି ବର୍ଣ୍ଣନା କରିଥିଲେ । ନିହତ ଆଦିବାସୀମାନଙ୍କର ହାତକାଟିନେଵା ଅତ୍ୟନ୍ତ ଅମାନବୀୟ ଘଟଣା ଓ ନବୀନ ସରକାରଙ୍କର କ୍ରୁରତାର ପ୍ରତିଚ୍ଛଵି ବୋଲି କଂଗ୍ରେସ ସମାଲୋଚନା କରିଛି । ସ୍ୱାଧୀନତା ପରଠାରୁ ଆଦିବାସୀ ଓ ଦଳିତ ସମାଜକୁ ସାମାଜିକ ନ୍ୟାୟ ପ୍ରଦାନ ନିମନ୍ତେ ସମ୍ବିଧାନରେ ସଂରକ୍ଷଣ ଵ୍ୟଵସ୍ଥା ସହିତ ପ୍ରାୟ ୩୦ଟି ଧାରା ଓ ଅନୁଚ୍ଛେଦ ରହିଅଛି, ଯାହା କଂଗ୍ରେସ ସରକାର ସମୟରେ ପ୍ରଣୟନ ହୋଇଛି ବୋଲି ଡା. ତୁଷାର କାନ୍ତି ନାୟକ ପ୍ରକାଶ କରିଥିଲେ ।
को
ଦେଶର ରାଷ୍ଟ୍ରପତି ଓ ରାଜ୍ୟର ରାଜ୍ୟପାଳ ମାନଙ୍କୁ କ୍ୟାବିନେଟ୍ ର ବିନା ପରାମର୍ଶ ବା ସ୍ୱିକୃତିରେ ଆଦିଵାସୀ ମାନଙ୍କର ଉନ୍ନତ୍ତି କଳ୍ପେ ନିର୍ଣ୍ଣୟ ନେଵାର ଅଧିକାର ସମ୍ଵିଧାନ ପ୍ରଦାନ କରିଛି । ଓଡିଶାର ଘୋଷିତ ୭ଟି ଆଦିଵାସୀ ଜିଲ୍ଲାକୁ କେଵେ କୈାଣସି ରାଜ୍ୟପାଳ ଗସ୍ତନକରିଵା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ, ଆଦିଵାସୀ ସମାଜ ପ୍ରତି ହେୟ ମନୋଭାବ ଓ ଦାୟିତ୍ୱରେ ଅଵହେଳା ଵୋଲି କଂଗ୍ରେସ ସମାଲୋଚନା କରିଛି । ୧୯୯୬ର “ପେସା ଆଇନ୍” ଆଧାରରେ ଆଦିଵାସୀ ମାନଙ୍କର “ଗ୍ରାମ ସଭାକୁ” ଵହୁତ କ୍ଷମତା ଦିଆଯାଇଛି । ୨୦୦୬ରେ ଆଦିଵାସୀ ଵହୁଳ କଳିଙ୍ଗନଗର ଗ୍ରାମଵାସୀଙ୍କ ଦାଵୀକୁ ଅମାନ୍ୟକରି ପୁଞ୍ଜିପତି ଟାଟା କମ୍ପାନୀକୁ ବଳପୂର୍ଵକ ଜମି ପ୍ରଦାନ କରାଯାଇଥିଲା । କଂଗ୍ରେସ ନେତୃତ୍ୱରେ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ସରକାରଙ୍କର ୨୦୧୩ ପ୍ରଣିତ “ଜଙ୍ଗଲ ଜମି ଆଇନ୍” ଆଧାରରେ ଆଦିଵାସୀଙ୍କୁ ଜମିପଟ୍ଟା ପ୍ରଦାନକରିଵା କାର୍ଯ୍ୟି ନଵୀନ ସରକାର କିଛି କରିନାହାନ୍ତି । ଆଦିବାସୀ ଉନ୍ନୟନ ନିମିତ୍ତ ଆସୁଥିଵା କେନ୍ଦ୍ରର ଅର୍ଥରାଶିକୁ ଫେରସ୍ତ କରିଵାରେ ଓଡିଶା ଦେଶରେ ଦ୍ୱିତୀୟ ସ୍ଥାନରେ ଅଛି ।

ଵରିଷ୍ଠ ନେତା ପ୍ରେମଶଙ୍କର ମିଶ୍ର, ଓଡିଶାରେ ଆଦିବାସୀମାନେ ଅପପୃଷ୍ଟି ଓ ତଦ୍ ଜନିତ ରୋଗ ଯକ୍ଷ୍ମା , ରକ୍ତହୀନତା ଆଦିର ଶୀକାର ହୋଇ ଚିକିତ୍ସା ଅଭାଵରେ ମୃତ୍ୟୂବରଣ କରୁଛନ୍ତି ଓ ଧୀରେଧୀରେ ସେମାନଙ୍କର ସଂଖ୍ୟା କମିଵାରେ ଲାଗିଛି କହି ଉଦଵେଗ ପ୍ରକାଶ କରିଥିଲେ । ଆଦିବାସୀମାନେ ସେମାନଙ୍କ ଉଦ୍ଦିଷ୍ଟ ଆଇନ୍ ବ୍ୟବସ୍ଥାର କିପରି ଲାଭ ଉଠାଇ ପାରିଵେ ସେ ଦିଗରେ କଂଗ୍ରେସ ସଚେତନ କାର୍ଯ୍ୟକ୍ରମ କରିଵା ନିମିତ୍ତ ସେ ଆହ୍ୱ।ନ ଦେଇଛନ୍ତି । ମହିଳା ନେତ୍ରୀ ମମତାଞ୍ଜଳୀ ଵେହେରା ଆଦିବାସୀ ଓ ଦଳିତ ସମାଜକୁ ଶୋଷଣ କରିଵା ପାଇଁ ବ୍ରିଟିଶ୍ ସରକାର କରିଥିଵା ଆଇନ୍ ସମ୍ପର୍କରେ ଅବଗତ କରାଇଥିଲେ । ସଭାରେ ପୂର୍ଵତନ ମନ୍ତ୍ରୀ ନଵୀନଚନ୍ଦ୍ର ନାରାୟଣ ଦାସ , ଏଆଇସିସି ସଦସ୍ୟା ସୁଵାଷିନୀ ମହାକୁଡ , ବରିଷ୍ଠ ନେତା ଧନେଶ୍ୱର ଶୁକ୍ଳ , ରୁଦ୍ର ପ୍ରକାଶ ସରଣ , ବାଵୁ ଖାଁ , ଶେଖ୍ ଜଵୀର ବକ୍ସ୍ , ନିଶାକର ସାହୁ ,ଟାଉନ୍ କଂଗ୍ରେସ ସଭାପତି ହାଇଦର୍ ମହମ୍ମଦ , ଯୁବନେତା ପ୍ରକାଶ କୁଅଁର , ଶିଳ୍ପିଶ୍ରୀ ହରିଚନ୍ଦନ , ଛାତ୍ରନେତା ଅମର ସେନାପତି , ସଚିଦାନନ୍ଦ ନନ୍ଦ , ଏଵଂ ଅନେକ ମହିଳା କର୍ମୀ ଉପସ୍ଥିତ ଥିଲେ



