
ପଜିଟିଭ ସଂଖ୍ୟା ୧୧୯୧୮ରେ ପହଞ୍ଚିଲା
ସୁସ୍ଥ ହେଲେ ୨୬ ଜଣ ଆକ୍ରାନ୍ତ ।
(ଜେ. ବି. ଏନ୍/ସୁଶିଲ କୁମାର) ୦୨/୦୧ /୨୦୨୧ଅନୁଗୋଳ : ଅନଗୁଳ ଜିଲ୍ଲାରେ୨୧ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାର ଜଣାପଡିଛି । ସେହିପରି ଅନ୍ୟ ଜିଲ୍ଲାରୁ ଅନୁଗୋଳରେ ସ୍ଵାବ ନମୁନା ଦେଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ସମୁଦାୟ ଆକ୍ରାନ୍ତ ସଂଖ୍ୟା ୨୧୫ ରେ ପହଞ୍ଚିଛି । ଅନୁଗୋଳ ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ମାନଙ୍କ ମଧ୍ୟରେ ଛେଣ୍ଡିପଦା ବ୍ଳକ୍ ଅଞ୍ଚଳରୁ ସର୍ବାଧିକ ୯ଜଣ ( ୨ଜଣ ପୁରୁଷ ଓ ୭ଜଣ ମହିଳା ) , ବଅଁରପାଳ ବ୍ଳକ୍ ଅଞ୍ଚଳରୁ ୫ଜଣ ( ୩ ଜଣ ପୁରୁଷ ଓ ୨ଜଣ ମହିଳା ) , ଅନୁଗୋଳ ପୌରାଞ୍ଚଳରୁ ୪ଜଣ ( ୩ଜଣ ପୁରୁଷ ଓ ୧ଜଣ ମହିଳା ) , ଅନୁଗୋଳ ବ୍ଳକ ଅଞ୍ଚଳରୁ ୧ଜଣ ( ୧ଜଣ ପୁରୁଷ ) , ପାଳଲହଡା ବ୍ଳକ୍ ଅଞ୍ଚଳରୁ ୧ଜଣ ( ୧ ଜଣ ପୁରୁଷ) ଓ କଣିହାଁ ବ୍ଳକ୍ ଅଞ୍ଚଳରୁ ୧ଜଣ ( ୧ ଜଣ ପୁରୁଷ ) ଅଛନ୍ତି । ସମସ୍ତେ ଅନ୍ୟ ଆକ୍ରାନ୍ତ ଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଥିବାର ଜଣାପଡିଛି । ଆଜି ତାଳଚେର ବ୍ଲକ , ତାଳଚେର ପୌରାଞ୍ଚଳ , କିଶୋରନଗର ବ୍ଳକ ଓ ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦରୁ କୌଣସି ପଜିଟିଭ ଚିହ୍ନଟ ହୋଇନାହାନ୍ତି । ଚିହ୍ନଟ ହୋଇଥିବା

ସମସ୍ତ ଲକ୍ଷଣଯୁକ୍ତ ଆକ୍ରାନ୍ତ ମାନଙ୍କୁ କୋଭିଡ ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଥିବା ବେଳେ ସ୍ଵଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହିନ ଆକ୍ରାନ୍ତ ମାନଙ୍କୁ ନିଜ ଘରେ ଆଇସୋଲେସନ୍ ରେ ରଖାଯାଇ ନିରିକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରକାଶ କରିଛନ୍ତି । । ଆଜି ଅନୁଗୋଳ ଜିଲ୍ଲାରୁ ୨୬ଜଣ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୧ଜଣ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କରୋନା ୱାର୍ଡରୁ ଓ ୨୫ ଜଣ ହୋମ ଆଇସୋଲେସନ୍ ରୁ ସୁସ୍ଥ ହୋଇଛନ୍ତି ।



