
ଆର୍ଥିକ ସାକ୍ଷରତା ପ୍ରଶିକ୍ଷଣ ଶିବିର ଉଦ୍ୟାପିତ ।
(ଜେ ବି ଏନ /ସୁଶାନ୍ତ କୁମାର) ୦୨/୦୧/୨୦୨୧ ଅନୁଗୋଳ : ୟୁକୋ ଆର.ସେଟି ଦ୍ଵାରା ଶିକ୍ଷିତ ବେକାର ଯୁବକ ଯୁବତୀମାନଙ୍କୁ ତୁ ଆର୍ଥିକ କ୍ଷେତ୍ରରେ ସ୍ବାବଲମ୍ବୀ କରିବା ଉଦ୍ଦେଶ୍ୟରେ ଗତ ମାସ ୨୮ ତାରିଖରେ ଆରମ୍ଭ ହୋଇଥିବା ଏକ ତାଲିମ ଶିବିର ଆଜି ଉଦଯାପିତ ହୋଇଯାଇଛି । ୟୁକୋ ଆର ସେଟି ଅନୁଗୋଳ ଠାରେ ୨୩ ଜଣ ଏମ୍.ବି.କେଙ୍କୁ ନେଇ ଚାଲୁଥିବା ପ୍ରଶିକ୍ଷଣ ଶିବିରକୁ ଜିଲ୍ଲା ଗ୍ରାମ ଉନ୍ନୟନ ସଂସ୍କାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଦିଲ୍ଲିକ କୁମାର ସାହୁ ମୁଖ୍ୟ ଅତି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଏହାକୁ ଉଦ୍ଯାପିତ କରିବା ସହ ଭାଗ ନେଇଥିବା ଏମ୍.ବି.କେ ମାନଙ୍କର ତାଲିମ ମାଧ୍ୟମରେ ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ବାରୋପ କରିଥିଲେ । ୟୁକୋ ଆର . ସେଟି ମାଧ୍ୟମରେ ବିଭିନ୍ନ ଯୋଜନାରେ ସାମିଲ ହୋଇ ଏହାର ସୁଫଳ ପାଇ ନିଜର ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବାକୁ ସେ ପରାମର୍ଶ ଦେବା ସହ ସାକ୍ଷରତା ତାଲିମ ପ୍ରମାଣ ପତ୍ର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଗ୍ରଣୀ ବ୍ୟକ୍ତି ଶାଖା ପରିଚାଳକ ଶ୍ରୀ ମହେଶ୍ଵର ଗୌଡ , ଜିଲ୍ଲା ଗ୍ରାମ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ( ଜୀବିକା ମିଶନ ) ଶ୍ରୀ ନିରଜ୍ ଶର୍ମା ପ୍ରମୁଖ ଯୋଗ ଦେଇ ପ୍ରଶିକ୍ଷାର୍ଥୀ ମାନଙ୍କୁ ବିଭିନ୍ନ ଯୋଜନାରେ ଆର୍ଥିକ ପ୍ରୋତ୍ସାହନ ହାସଲ କରିବାରେ ତାଲିମ ପ୍ରଦାନ କରିଥିଲେ ଆର.ସେଟିର ନିର୍ଦ୍ଦେଶକ ଶ୍ରୀ ନିହାର ଭୂଷଣ ସାହୁ ଏହି ତାଲିମ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।



