
ଜିଲ୍ଲା ରେ ରକ୍ତ ଅଭାବ ଯୋଗୁଁ ରକ୍ତଦାନ କଲେ ସମାଜସେବୀ ଶ୍ରୀ ହିମାଂଶୁ
(ଜେ ବି ଏନ /ସୁଶାନ୍ତ କୁମାର) ୦୪/୦୧ /୨୦୨୧ ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ରେ ରକ୍ତ ଭଣ୍ଡାରରେ ରକ୍ତର ଘୋର ଅଭାବ ଦେଖାଦେଇଥିବା କାରଣରୁ ଆଜି ସମାଜସେବୀ ତଥା ଢେଙ୍କାନାଳ ଯୁବଶକ୍ତି ର ଅଧ୍ୟକ୍ଷ ହିମାଂଶୁ ଭୂଷଣ ବାରିକ ଢେଙ୍କାନାଳ ରକ୍ତ ଭଣ୍ଡାର ରେ ରକ୍ତଦାନ କରିଛନ୍ତି।
ଶ୍ରୀ ହିମାଂଶୁ କହିଥିଲେ ରକ୍ତ ଭଣ୍ଡାର ଗୋଡିକ ରେ ରକ୍ତର ଅଭାବ ଦେଖା ଦେଉଅଛି। ଏଥି ପାଇଁ ଆମେ ସମସ୍ତେ ସମ୍ପୁର୍ଣ୍ଣ ରୂପେ ଦାୟୀ, ଆମେ ରକ୍ତଦାନ କରିବା ନାହିଁ ଆମ ପରିବାର ର ଯଦି କାହାରି ରକ୍ତର ଆବଶ୍ୟକତା ପଡ଼େ ଆମେ ଆଣିବା କେଉଁଠୁ, ଏଣୁ ପ୍ରତି ତିନି ମାସରେ ଆମେ ଥରେ ଲେଖାଏଁ ରକ୍ତଦାନ କରିବା ନିହାତି ଆବଶ୍ୟକ। ଯାହା ଫଳରେ ରକ୍ତ ଭଣ୍ଡାର ରେ କେବେ ହେଲେ ରକ୍ତର ଅଭାବ ରହିବ ନାହିଁ ଓ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ନିକଟରେ ନିବେଦନ କରିଥିଲେ ଜିଲ୍ଲାର ପ୍ରତେକ ବ୍ଲକ ଏବଂ ଗ୍ରାମାଞ୍ଚଳ ମାନଙ୍କରେ ରକ୍ତଦାନ କ୍ଷେତ୍ରରେ ପ୍ରଶାସନିକ ସ୍ତରରେ ସଚେତନତା ସୃଷ୍ଟି କରାଯାଉ। ଯାହା ଫଳରେ ଲୋକମାନେ ସଚେତନ ହୋଇ ରକ୍ତଦାନ କରିବା ପାଇଁ ଆଗେଇ ଆସିବେ।



