ଏଏନ୍ଏମ୍ ଏବଂ ଫାର୍ମାସିଷ୍ଟ ମାନଙ୍କ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ରେ ଥିବା ସିଡିଏମ ଙ୍କ ଅଫିସ୍ ପାଖରେ ଧାରଣା

ଜେ ବି ଏନ, ୦୫/୦୧/୨୦୨୧, (ରିପୋର୍ଟ, ଚୈତନ୍ୟ ସାହୁ), ଅନୁଗୋଳ : ଆଜି ୦୫.୦୧.୨୦୨୧ରିଖ କରୋନା ମହାମାରୀ ସମୟରେ ଅନୁଗୋଳ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗରେ ନିଯୁକ୍ତି ହୋଇଥିବା ଏଏନ୍ଏମ୍ ଏବଂ ଫାର୍ମାସିଷ୍ଟ ମାନଙ୍କୁ ସ୍ବାସ୍ଥ୍ୟ ବିଭାଗ ଛଟେଇ କରିଦେଇଥିବା ଜଣାପଡିଛି ।ଏହି ଛଟେଇ ପ୍ରତିବାଦରେ କୋଭିଡ ନିମନ୍ତେ ସ୍ବତନ୍ତ୍ର ଭାବରେ ନିଯୁକ୍ତି ହୋଇଥିବା ଶତାଧିକ ସ୍ବାସ୍ଥ୍ୟ କର୍ମୀ
ସ୍ଥାୟୀନିଯୁକ୍ତି ସହ ବିଭିନ୍ନ ପ୍ରକାର ଦାବି ନେଇ ଆଜି ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ରେ ଥିବା ସିଡିଏମ ଙ୍କ ଅଫିସ୍ ପାଖରେ ଧାରଣାରେ ବସିଥିବା ସହିତ ଏବାବଦରେ ଜିଲ୍ଲାପାଳଙ୍କୁ ମଧ୍ୟ ଏକ ଦାବିପତ୍ର ପ୍ରଦାନ କରିଛନ୍ତି l ଯଦି ଦୁଇ ଦିନ ମଧ୍ୟରେ ସେମାନଙ୍କ ଦାବି ପୁରଣ ନ ହୁଏ ତେବେ ଆଗାମୀ ଦିନରେ ରାସ୍ତା ରୋକଠାରୁ ଆରମ୍ଭ କରି ପୁଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଫାଟକ ଆଗରେ ଅନଶନରେ ବସିବେ ବୋଲି ଚେତାବନୀ ଦେଇଛନ୍ତି l




