ସଂଗ୍ରାମ ମହାପାତ୍ରଙ୍କୁ ଜଗତସିଂହପୁର ଜିଲ୍ଲାରେ ପୁନଶ୍ଚ ନିଯୁକ୍ତି ପ୍ରତିବାଦରେ ଢ଼ିଙ୍କିଆ ପଞ୍ଚାୟତ ରେ ବିଶାଳ ପ୍ରତିବାଦ ଶୋଭାଯାତ୍ରା ଓ ସମାବେଶ

ଜେ ବି ଏନ, ୦୬/୦୧/୨୦୨୧, (ରିପୋର୍ଟ, ବ୍ୟୁରୋ JRP), ଜଗତସିଂହପୁର : ରାଜ୍ୟ ସରକାର ଢ଼ିଙ୍କିଆ ପଞ୍ଚାୟତ ରେ କମ୍ପାନୀ ପ୍ରତିଷ୍ଠା କରିବା ଲକ୍ଷ୍ୟ ରେ ସଂଗ୍ରାମ ମହାପାତ୍ରଙ୍କୁ ନିଜ ଜିଲ୍ଲାରେ ପୁନଶ୍ଚ ଜିଲ୍ଲାପାଳ ଭାବେ ନିଯୁକ୍ତି ଦେଇଛନ୍ତି !ଏଥିନେଇ ଢ଼ିଙ୍କିଆ ପଞ୍ଚାୟତ ବାସୀ ଙ୍କ ମଧ୍ୟରେ କ୍ଷେଭ ପ୍ରକାଶ ପାଇଛି !ଢ଼ିଙ୍କିଆ ସ୍ଥିତ ମା ଫୁଲଖାଇ ଙ୍କ ପ୍ରାଙ୍ଗଣରେ ଏକ ଐତିହାସିକ ସଭା ଅନୁଷ୍ଠିତ ହୋଇଥିଲା, ! ଏହି ସଭାରେ ଢ଼ିଙ୍କିଆ ଗ୍ରାମର ସମସ୍ତ ଜନ ସାଧାରଣ ଉପସ୍ଥିତ ଥିଲେ; ! ପୋସ୍କୋ କମ୍ପାନୀ ଜମି ଅଧିଗ୍ରହଣ ସମୟରେ ସଂଗ୍ରାମ କେଶରୀ ମହାପାତ୍ର କମ୍ପାନୀ ପ୍ରୀତି ଦେଖାଇ ନିରୀହ ଜନସାଧାରଣ ଙ୍କୁ ନିଁଧୁମ ମାଡ଼ ମାରିଥିଲେ ! ଦୀର୍ଘ ଦିନ ଧରି ଢ଼ିଙ୍କିଆ ଅଂଚଳରେ ସପକ୍ଷ ବିପକ୍ଷ ଙ୍କ ମଧ୍ୟ୍ୟ ରେ ଘମାଘୋଟ ଲଢେଇ ଲାଗି ରହିବା ଫଳ ରେ ଭାଇ ଚାରା ସମ୍ପୂର୍ଣ ନଷ୍ଟ ହୋଇଥିଲା ! ପୋସ୍କୋ କମ୍ପାନୀ ହଟି ଯିବା ପରେ ଢ଼ିଙ୍କିଆ ଅଂଚଳରେ ପୁନଶ୍ଚ ଭାଇ ଚାରା ଫେରି ଆସିଛି ! ଠିକ ଏହି ସମୟରେ ରାଜ୍ୟ ସରକାର ନିଜ ଜିଲ୍ଲାରେ ଜିଲ୍ଲାପାଳ ଭାବେ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ପୁନଃ ନିଯୁକ୍ତି ଦେବା ପ୍ରତିବାଦରେ ରେ ଢ଼ିଙ୍କିଆ ସ୍ଥିତ ମା ଫୁଲଖାଇ ମନ୍ଦିର ପ୍ରାଙ୍ଗଣରୁ ହଜାର ହଜାର ମହିଳା ପୁରୁଷ ଏକ ଶୋଭାଯାତ୍ରାରେ ପାଟଣା ହାଟ ପାଖରେ ପ୍ରତିବାଦ କରିବା ସହିତ ; ରାଜ୍ୟ ସରକାର ଷଡ଼ଯନ୍ତ୍ର କରି ସଂଗ୍ରାମ ମହାପାତ୍ରଙ୍କୁ ଜିଲ୍ଲାରେ ଜ଼ିଲ୍ଲାପାଳ ଭାବେ ବାରମ୍ବାର ନିଯୁକ୍ତି ଦେଉଛନ୍ତି ତାହା ଅତି ନିନ୍ଦନୀୟ ଘଟଣା ବୋଲି ଗ୍ରାମବାସୀ କହିଛନ୍ତି;! ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଜିଲ୍ଲାପାଳ ପଦବୀରୁ ତୁରନ୍ତ ବହିଷ୍କାର କରିବାକୁ ମୁଖ୍ୟମନ୍ତ୍ରୀ, ନିର୍ବାଚନ କମିଶନ ଓଡ଼ିଶା, ନିର୍ବାଚନ କମିଶନ ଭାରତ ସରକାରକୁ ମୁରଲୀ ଧର ସାହୁ,ଦେବେନ୍ଦ୍ର ସ୍ୱାଇଁ, ଅକ୍ଷୟ ବେଉରା,ଅକ୍ଷୟ ଦାସ୍,ପ୍ରମୁଖ ହଜାର ହଜାର ଜନ ସାଧାରଣ ଦାବିପତ୍ର ପ୍ରଦାନ କରିଛନ୍ତି !



