ଖବର ସଂଗ୍ରହକୁ କେନ୍ଦ୍ରକରି ଯୁବ ସାମ୍ବାଦିକ ରଜନୀକାନ୍ତ ସାହୁଙ୍କୁ ମରଣାତ୍ମକ ଆକ୍ରମଣ

ଜେ ବି ଏନ, ୦୯/୦୧ /୨୦୨୧, ଅନୁଗୋଳ, ଖମାର :- ଖମାର ଥାନା ବାରକୋଟିଆ ଅଞ୍ଚଳର ଯୁବ ସାମ୍ବାଦିକ ରଜନୀକାନ୍ତ ସାହୁଙ୍କୁ ଅତର୍କିତ ଭାବରେ ମରଣାସ୍ତ୍ରରେ ଆକ୍ରମଣ କଲେ ଦୁଇ ଯୁବକ ।
ସୂଚନା ଅନୁଯାୟୀ କିଛି ଦିନ ତଳେ ବାରକୋଟିଆ ଠାରୁ ଗୋପୀନାଥପୁର ରାସ୍ତା ନିର୍ମାଣ କାର୍ଯ୍ୟଟି ଲେବର ଦ୍ଵାରା ହେବା କଥା କିନ୍ତୁ ମଧ୍ୟ ରାତ୍ରରେ ଲେବରଙ୍କ ଦ୍ଵାରା ନକରି ମେସିନ ସାହାଯ୍ୟରେ କରୁଥିଲେ, ଏହି ଖବର ପାଇ ସାମ୍ବାଦିକ ରଜନୀକାନ୍ତ ସାହୁ ଯାଇ ଭିଡିଓ ଓ ଫଟୋ ଉଠାଇଥିଲେ। ଆଜି ମଧ୍ୟାହ୍ନ ସମୟରେ ରଜନୀକାନ୍ତ ନିଜ ପୁଅ ସହ ଘରୋଇ ଉପକରଣ ନିମନ୍ତେ ଆସୁଥିବା ବେଳେ ସ୍ଥାନୀୟ ବାର ମାଇଲ ଶିବ ମନ୍ଦିର ନିକଟରେ ସନ୍ତୋଷ କୁମାର ବେହେରା, ପିତା : ଭଗବାନ ବେହେରା ଓ ରଞ୍ଜନ ବେହେରା, ପିତା : ଇନ୍ଦ୍ରମଣି ବେହେରା ଗାଡି ଅଟକାଇ ଅତର୍କିତ ଭାବରେ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଫଳରେ ତାଙ୍କର ବାମ ହାତରେ ଗଭୀର ଆଘାତ ଲାଗିଥିବା ବେଳେ ଏସମ୍ପର୍କରେ ପୋଲିସକୁ ଜଣାଇଲେ ବାପ ପୁଅ ଦୁଇ ଜଣଙ୍କୁ ଜୀବନରେ ମାରି ଦେବାର ଧମକ ଦେଇଥିଲେ । ସୂଚନା ଅନୁଯାୟୀ ସନ୍ତୋଷ ବେହେରା ପୂର୍ବରୁ ମଧ୍ୟ ରଜନୀକାନ୍ତଙ୍କୁ ଆକ୍ରମଣ କରିବା ସହ ହତ୍ୟା ଧମକ ଦେଇଥିଲେ , ଏସମ୍ପର୍କ ଖମାର ଥାନାରେ ଅଭିଯୋଗ ପରେ ଆପସ ବୁଝାବଣା ହୋଇଥିଲା । ଏହି ପରି ବାରମ୍ବାର ସାମ୍ବାଦିକ ଆକ୍ରମଣ ହୋଇଥିବା ବେଳେ ସାମ୍ବାଦିକଙ୍କ ସୁରକ୍ଷା କୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଅଭିଯୁକ୍ତକୁ ପୋଲିସ ଗିରଫ କରିବାରେ ବିଳମ୍ବ କଲେ ଜିଲ୍ଲା ସାମ୍ବାଦିକ ସମ୍ମୁହ ଏସପିକୁ ଭେଟ କରିବା ସହ ରାଜରାସ୍ତାକୁ ଉଲ୍ଲାଇବା ନେଇ ସୂଚନା ରହିଅଛି ।




