ସମ୍ପତ୍ତି ତାଲିକା ପ୍ରକାଶ : ଦୁଇ ବର୍ଷରେ ୮୦ଟି ଗାଡ଼ି କିଣିଛନ୍ତି ମନ୍ତ୍ରୀ ନବ ଦାସ

ଜେ ବି ଏନ, ୧୧/୦୧/୨୦୨୧, (ରିପୋର୍ଟ, ପ୍ରଦୀପ କୁମାର କାଣ୍ଡି), ଭୁବନେଶ୍ବର : ଆଜି ସିଏମ୍ଓ ୱେବ୍ସାଇଟ୍ ରେ ପ୍ରକାଶ ପାଇଛି ମୁଖ୍ୟମନ୍ତ୍ରୀ ଓ ସମସ୍ତ ମନ୍ତ୍ରୀମାନଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ । ତେବେ ୨୦୨୦ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନିଜ ସଂପତ୍ତିର ତାଲିକା ଦେଇଛନ୍ତି । ତାଙ୍କର ସମ୍ପତ୍ତିର ମୂଲ୍ୟ ମିଶି ୬୪ କୋଟି ୯୮ ଲକ୍ଷ ୧୯ ହଜାର ୭୬୪ ଟଙ୍କା ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସ ମଧ୍ୟ ତାଙ୍କ ସଂପତ୍ତିର ତାଲିକା ଦେଇଛନ୍ତି । ୨ ବର୍ଷରେ ସେ କିଣିଛନ୍ତି ୮୦ଟି ଗାଡ଼ି । ୨୦୧୮ରୁ ୨୦୨୦ ମଧ୍ୟରେ ସେ ଏହି ସବୁ ଗାଡ଼ି କିଣିଛନ୍ତି । ଏହା ମଧ୍ୟରେ ରହିଛି ଗୋଟିଏ ସୌଖୀନ ମର୍ସଡିସ୍ ବେ କାର୍ । ଏହି ମର୍ସଡିସ୍ ବେ କାର ମୂଲ୍ୟ ୧ କୋଟି ୯୬ ଲକ୍ଷ ଟଙ୍କା । ଅନ୍ୟ ଗାଡ଼ିମାନଙ୍କ ଭିତରେ ରହିଛି ଅନେକ ଟ୍ରକ ଓ ବାଣିଜ୍ୟିକ ଗାଡ଼ି ।



