
ଅଧିକାର ଓ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳ ଙ୍କ ଦ୍ଵାରସ୍ଥ ହିତାଧିକାରୀ
(ଜେ ବି ଏନ /ସୁବ୍ରତ କୁମାର) ୧୨/୦୧ /୨୦୨୧ ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଳକ ଅନ୍ତର୍ଗତ ବେଲବସନ୍ତ ଗ୍ରାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ହଡ଼ପ ଅଭିଯୋଗ ଜିଲ୍ଲାପାଳ ନିକଟେ ହିତାଧିକାରୀ ।ସୂଚନା ମୁତାବକ ଜୟପୁରାକାଟେଣୀ ପଞ୍ଚାୟତ ବେଲିବସନ୍ତ ଗ୍ରାମର ପିତବାସ ନାଏକ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡିଏ ଗତ ୨୦୧୯ – ୨୦ ଆର୍ଥିକ ବର୍ଷରେ ତାଙ୍କ ନାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏକ ଘର ମଞ୍ଜୁର ହୋଇଥିବାର ଜାଣିବାକୁ ପାଇଥିଲେ ।

ସେ ଜଣେ ନୀରିକ୍ଷର ବ୍ୟକ୍ତି ହୋଇଥିବା ବେଳେ ତାଙ୍କଠାରୁ ଦସ୍ତଖତ ନେଇ ସେହି ଘରର କାର୍ଯ୍ୟାଦେଶ ଅନ୍ୟ ଜଣକୁ ପ୍ରଦାନ କରାଯାଇଥିଲା । ତାଙ୍କ ନାମରେ ଆସିଥିବା ଘରର ଟଙ୍କା ଅନ୍ୟ ଜଣଙ୍କ ନିକଟକୁ ଚାଲି ଯାଇଥିଲା । ପରବର୍ତ୍ତୀ ସମୟରେ ସେ ଏହା ଜାଣିପାରି ଅନେକ ଥର ବ୍ଲକ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ । ମାତ୍ର ତାଙ୍କ କଥାକୁ କେହି ଗୁରୁତ୍ବ ଦେଉନାହାନ୍ତି । ସେ ଝାଟି ମାଟି ଘରେ ବିପଦପୂର୍ଣ୍ଣ ଭାବେ ପିଲାଛୁଆଙ୍କୁ ଧରି ରହୁଛନ୍ତି । ତେଣୁ ତାଙ୍କ ନାମରେ ମଳିଥିବା ଘରର ପ୍ରଥମ କିସ୍ତ ଟଙ୍କା ତାଙ୍କୁ ପ୍ରଦାନ କରାଯିବା ସହ ସରଜମିନ୍ ତଦନ୍ତ କରିବା ପାଇଁ ପିତବାସ ସୋମବାର ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି ।



