ଆଶା ଫାଉଣ୍ଡେସନ ପକ୍ଷରୁ ଆଶା ଟକିଜର ୨୧ ତମ ପ୍ରତିଷ୍ଠା ଦିବସ ଓ ୪ ତମ ଏନ ସି ଡ଼ିଏ ବାର୍ଷିକ ଉତ୍ସବ ପାଳିତ

ଜେ ବି ଏନ, ୧୨/୦୧/୨୦୨୧, (ରିପୋର୍ଟ, ସୁଶୀଲ କୁମାର), ଅନୁଗୋଳ : ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବଅଁରପାଳ ଆଶା ଟକିଜ୍ ପରିସରରେ ଆଶା ଫାଉଣ୍ଡେସନ ର ଆଶା ଟକିଜର ୨୧ ତମ ପ୍ରତିଷ୍ଠା ଦିବସ ଓ ଏନ ସି ଡି ଏ ର ୪ ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ସାମଲ କେୟାର ଏମ ଡି ଶ୍ରୀ ଗୌରବ ସାମଲ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ l ସମ୍ମାନିତ ଅତିଥି ଭାବେ ଲିଫ୍ଟ ଇରିଗେସନ ଏକଜିକ୍ୟୁଟିଭ ଇଞ୍ଜିନିୟର ସନ୍ତୋଷ କୁମାର ମିଶ୍ର, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ବ୍ରାଞ୍ଚ ମ୍ୟାନେଜର ସୂର୍ଯ୍ୟକାନ୍ତ ସାହୁ, ,କେମେଷ୍ଟ୍ରି ଲେକ୍ଚର ମି. ବସନ୍ତ ବେହେରା, ଓଡିଶା ବ୍ଯାଙ୍କ ମ୍ୟାନେଜର ଭାନୁପ୍ରିୟା ପଟେଲ, ଜିଓଲୋଜି ଲେକ୍ଚର ମହେଶ୍ଵର ପ୍ରଧାନ ପ୍ରମୂଖ ଯୋଗ ଦେଇଥିଲେ l ଆଶା ଫାଉଣ୍ଡେସନ ର ଫାଉଣ୍ଡର ଶ୍ରୀ ପଙ୍କଜ ସାମଲ ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଅକର୍ଷଣ ରହିଥିଲେ l ଉପସ୍ଥିତ ଅତିଥିମାନେ ଫାଉଣ୍ଡର ପଙ୍କଜ ସାମଲ ଙ୍କ ଦ୍ଵାରା ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ସହ ସମ୍ମାନିତ ହୋଇଥିବା ଦେଖାଯାଇଥିଲା। ଏହି ଅବସରରେ ସଙ୍କୀର୍ତ୍ତନ ମଣ୍ଡଳୀ ମାନଙ୍କ ଦ୍ଵାରା ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l



