ସମଲିଙ୍ଗୀ ବିବାହକୁ ନେଇ ଦୁଇ ପରିବାର ମଧ୍ୟରେ ଉତେଜନା

ଜେ ବି ଏନ, ୧୪/୦୧ /୨୦୨୧, (ରିପୋର୍ଟ, ଯାଜପୁରରୁ ସରୋଜ କୁମାର ସାହୁ), ଯାଜପୁର: ସମଲିଙ୍ଗୀ ବିବାହକୁ ନେଇ ଦୁଇ ପରିବାର ମଧ୍ୟରେ ଉତେଜନା । ନିଜର ଜୀବନ ବିପଦରେ ଅଛି ବୋଲି ଥାନାରେ ଆଶ୍ରୟ ନେଲେ ସମଲିଙ୍ଗୀ ଦମ୍ପତି। ଏହି ଦମ୍ପତି ଦୀର୍ଘ ଦୁଇ ବର୍ଷ ଧରି ସମ୍ପର୍କରେ ଥିଲେ। ସେ ଦୁଇଜଣ ଦୁଇଜଣକୁ ପାଇ ସୁଖରେ ଅଛନ୍ତି ତାହେଲେ ପରିବାର ଲୋକ କାହିଁକି ବିରୋଧ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଦମ୍ପତି ଦ୍ୱୟ। ଆଇନ ଯେତେବେଳେ ଏହାକୁ ସ୍ୟୁକୃତି ଦେଇସାରିଛି ତାପରେ ଲୋକଙ୍କ ବିରୋଧ ଓ ଧମକ ଏମାନଙ୍କୁ ବିଚଳିତ କରିଛି। ବର୍ତ୍ତମାନ ଏମାନେ ନିଜର ସୁରକ୍ଷା ପାଇଁ ଦାନଗଦି ଫାଣ୍ଡିରେ ଆଶ୍ରୟ ନେଇଛନ୍ତି। ଦମ୍ଫତ୍ତି ଦ୍ୱୟ ହେଉଛନ୍ତି ଜଖପୁରା ଥାନା ଅନ୍ତର୍ଗତ ରାବଣ। ଗ୍ରାମର ଶ୍ରୀଧର ପତିଙ୍କ ସୁକନ୍ୟା ଶୁଭଲକ୍ଷ୍ମୀ ପତି 22ବର୍ଷ ସେ ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସିସ୍କୃଟି ଭାବେ କାର୍ଯ୍ୟ କରୁଛନ୍ତି। କୋରେଇ ଥାନା ଅନ୍ତର୍ଗତ ଚାନ୍ଦମା ଗ୍ରାମର ସୁରେନ୍ଦ୍ର ମିଶ୍ରଙ୍କ ସୁକନ୍ୟା ଲଷ୍ମୀପ୍ରିୟା ମିଶ୍ର 21ବର୍ଷ । ଏହି ସମଲିଙ୍ଗି ବିବାହ କୁ ନେଇ ମଧ୍ୟ ଲକ୍ଷ୍ମୀ ପ୍ରିୟା ବାପା କୋରେଇ ଥାନାରେ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ମୁତାବକେ ଦୁଇ ସମଲିଙ୍ଗି ବିବାହ ହୋଇ ଦାନଗଦି ଫାଣ୍ଡି ଅନ୍ତର୍ଗତ ଦାନଗଦି ଠାରେ ରହୁଥିଲେ। ଦୁଇ ଦମ୍ପତି ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ଦାନଗଦି ଫାଣ୍ଡିରେ ଅଭିଯୋଗ କରିଥିଲେ।ଏଘଟଣା ସମ୍ପର୍କରେ କୋରେଇ ପୋଲିସ ଖବର ପାଇ ଦୁଇ ସମଲିଙ୍ଗି ଦମ୍ପତିଙ୍କୁ କୋରେଇ ଥାନାକୁ ଉଭୟଙ୍କୁ ନେଇଥିଲେ। ଏହି ସମିଲିଙ୍ଗି ବିବାହ କଳିଙ୍ଗନଗର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏବିଷୟରେ କୋରେଇ ଥାନା s.i.କଳ୍ପଲତା ପ୍ରଧାନ ଗଣ ମାଧ୍ୟମରେ ମୁହଁ ଖୋଲି ନଥିଲେ।



