କର୍ଣ୍ଣାଟକର ଧରୱାଡ ଜିଲ୍ଲା ସଡକ ଦୁର୍ଘଟଣାରେ ମୃତାହତଙ୍କ ଲାଗି ପ୍ରଧାନମନ୍ତ୍ରୀଙ୍କ ଶୋକ

ଜେ ବି ଏନ, ୧୫/୦୧ /୨୦୨୧, (ରିପୋର୍ଟ, ସୁଶୀଲ କୁମାର), ନୂଆଦିଲ୍ଲୀ : କର୍ଣ୍ଣାଟକର ଧରୱାଡ ଜିଲ୍ଲାର ଏକ ସଡକ ଦୁର୍ଘଟଣାରେ ମୃତାହତ ହୋଇଥିବା ବ୍ୟକ୍ତିଙ୍କ ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି ।
ଏକ ଟ୍ଵିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, “କର୍ଣ୍ଣାଟକର ଧରୱାଡ ଜିଲ୍ଲାରେ ଘଟିଥିବା ଦୁର୍ଘଟଣାରେ ମୃତାହତଙ୍କ ପାଇଁ ମର୍ମାହତ । ଏଭଳି ଦୁଃଖଦ ମୁହୂର୍ତ୍ତରେ, ମୃତକଙ୍କ ପରିବାର ପ୍ରତି ମୋର ସମବେଦନା । ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି” ।



