ଆଜି ଠାରୁ ବ୍ରହ୍ମପୁରରେ ପ୍ରଥମ ପର୍ଯ୍ୟାୟ କୋଭିଡ୍ ଟିକା ପ୍ରଦାନ ଆରମ୍ଭ

ଜେ ବି ଏନ, ୧୬/୦୧/୨୦୨୧, (ରିପୋର୍ଟ, ରୂପକ ମହାନ୍ତି), ବ୍ରହ୍ମପୁର : ଆଜିି ଠାରୁ ବ୍ରହ୍ମପୁରରେ ପ୍ରଥମ ପର୍ଯ୍ୟାୟ କୋଭିଡ୍ ଟିକା ପ୍ରଦାନ ଆରମ୍ଭ ହୋଇଛି । ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୨୧୩୦୦ ଜଣଙ୍କୁ ଟୀକା ପ୍ରଦାନ କରିବା ପାଇଁ ସ୍ଥିର ହୋଇଛି । ସେଥିମଧ୍ୟରୁ ଜିଲ୍ଲାର ୧୪୨ ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ୧୦୫ ବେସରକାରୀ ସ୍ବାସ୍ଥ୍ୟକେନ୍ଦ୍ରର ହେଲଥା କର୍ମଚାରୀଙ୍କୁ ପ୍ରଥମେ ଟୀକା ପ୍ରଦାନ କରାଯିବ । ଜିଲ୍ଲାରେ ୧୧ଟି ସେଣ୍ଟର ମଧ୍ୟରୁ ବ୍ରହ୍ମପୁର ସହର ର ୪ ଟୀକାକରଣ କେନ୍ଦ୍ର ରେ କରାଯାଇଛି । ଯଥା ସିଟି ହସ୍ପିଟାଲ , ଏମ୍ . କେ.ସି.ଜି ମେଡିକାଲ , ଜନାନ୍ ହସ୍ପିଟାଲ୍ , ଆସ୍କା ଉପଖଣ୍ଡ ଚିକିତ୍ସାଳୟ ଆଦି କେନ୍ଦ୍ରରେ ଟୀକାକରଣ ଆରମ୍ଭ ହୋଇଛି । ଏ ସମସ୍ତ କେନ୍ଦ୍ରରେ ଦିନକୁ ପ୍ରଥମେ ୧୦୦ ଜଣ ସ୍ବାସ୍ଥ୍ୟକର୍ମୀ ହିସାବରେ ୧୧୦୦ ଟୀକା ପ୍ରଥମ ଦିନରେ ପ୍ରଦାନ କରାଯିବାର ସ୍ଥିର କରାଯାଇଛି । ଯେଉଁମାନେ ଟୀକା ନେବେ ସେମାନଙ୍କ ମୋବାଇଲକୁ ଏସ୍ ଏମ୍ ଏସ୍ ଆସି ସାରିଥିବା ବେଳେ ବୟସ୍କ ସ୍ବାସ୍ଥ୍ୟକର୍ମୀଙ୍କୁ ଆଗେ ଟୀକା ଦିଆଯିବ ବୋଲି ସ୍ଥିର ହୋଇଛି ।




