ଉଗ୍ରବାଦ ସମ୍ବନ୍ଧିତ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ

ଜେ ବି ଏନ, ୨୦/୦୧ /୨୦୨୧, (ରିପୋର୍ଟ, ସୁଶାନ୍ତ କୁମାର ସାମଲ), ଭୁବନେଶ୍ବର : ଶ୍ରୀ ରାକେଶ ଆସ୍ଥାନା ମହାନିର୍ଦ୍ଦେଶକ ବି.ଏସ୍ ଏଫ ଙ୍କ ଗସ୍ତ ସମୟରେ ଲେଫ୍ଟ ୱିଙ୍ଗ ଉଗ୍ରବାଦ ଉପରେ ଆଜି (20.01.2021) ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଡିଜିପି,
ଓଡିଶା, ଏଡିଜି (ଓପ୍ସ), ବିଏସ୍ଏଫ୍, ନିର୍ଦ୍ଦେଶକ, ଇଣ୍ଟେଲିଜେନ୍ସ ଏବଂ ରାଜ୍ୟ ପୋଲିସ ଏବଂ ବିଏସଏଫର ଏହି ବରିଷ୍ଠ ଅଧିକାରୀ ମାନେ ବୈଠକରେ ଯୋଗ ଦେଇଥିଲେ। ରାଜ୍ୟରେ ବର୍ତ୍ତମାନର LWE ପରିସ୍ଥିତି ସମ୍ବନ୍ଧୀୟ ପ୍ରସଙ୍ଗ,
ବିଶେଷକରି ଯେଉଁଠାରେ ବିଏସ୍ଏଫ୍ କମ୍ପାନୀଗୁଡିକ ନିୟୋଜିତ ହୋଇଛନ୍ତି,
ବିପଦକୁ ମୁକାବିଲା କରିବା ଦିଗରେ ଅଗ୍ରଗତି, କାର୍ଯ୍ୟକ୍ଷମ ରଣନୀତି, ବିଏସଏଫର ପୁନ ନିଯୁକ୍ତି, ସମନ୍ୱୟ ଇତ୍ୟାଦି ବୈଠକରେ ଆଲୋଚନା କରାଯାଇଥିଲା।
ରାଜ୍ୟ ପୋଲିସ ଏବଂ ବିଏସ୍ଏଫ୍ LWE କୁ ମୁକାବିଲା କରିବା ପାଇଁ ସିନର୍ଜି ସହିତ କାର୍ଯ୍ୟ ଓ ପ୍ରଭାବଶାଳୀ ଭାବରେ ବିପଦ ମୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି |



