ଶିକ୍ଷାବିତ ଉଦୟ ନାଥ ଥିଲେ ଜଣେ ଆଦର୍ଶ ଓ ମିଷ୍ଟଭାଷୀ ଶିକ୍ଷକ : ଅମର ପ୍ରସାଦ ଶତପଥୀ

ଜେ ବି ଏନ, ୨୨/୦୧ /୨୦୨୧, (ରିପୋର୍ଟ, ପ୍ରଭାକର ବିଶ୍ଵାଳ), ଭୁବନେଶ୍ବର/ଯାଜପୁର- ବିଶିଷ୍ଟ ଶିକ୍ଷାବିତ ତଥା ସୁସାହିତ୍ୟିକ ଉଦୟ ନାଥ ସ୍ୱାଇଁଙ୍କ ପୂଣ୍ୟ ଏକାଦଶୀ ତିଥି ଅବସରରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି।ଆଧ୍ୟାତ୍ମିକ ପତ୍ରିକା ସତ୍ୟମ ଶିବମ ସୁନ୍ଦରମ ର ସମ୍ପାଦକ ଇଂ ଜିତେନ କୁମାର ରାଉତରାୟ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ବଡ଼ଚଣା ର ବିଧାୟକ ଶ୍ରୀଯୁକ୍ତ ଅମର ପ୍ରସାଦ ଶତପଥୀ ମୂଖ୍ଯ ଅତିଥି ଭାବେ ଯୋଗ ଦେଇଥିଲେ।ପ୍ରାରମ୍ଭରେ ପଣ୍ଡିତ ପ୍ରତାପ ମିଶ୍ର ଗୀତା ଓ ବେଦ ପାଠ କରିଥିଲେ।
ଇଂ ଜିତେନ୍ କୁମାର ରାଉତରାୟ ଶିକ୍ଷାବିତ ଉଦୟନାଥ ଜଣେ ଛାତ୍ରାବତ୍ସଳ ଏବଂ ନିଷ୍ଠାବାନ ଶିକ୍ଷକ ଥିଲେ ବୋଲି କହିଥିଲେ।ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଶତପଥୀ ଉଦୟାନାଥ ଜଣେ ମିଷ୍ଟଭାଷୀ ଓ ଆଦର୍ଶ ଶିକ୍ଷକ ଥିଲେ ବୋଲି କହି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ବିଶିଷ୍ଟ ବକ୍ତା ରୂପେ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ଅରବିନ୍ଦ ସାମଲ ,ବିଜେଡି ନେତା ନିରଞ୍ଜନ ସେନାପତି ଶ୍ରୀବତ୍ସ ବିଶ୍ଵାଳ,ଦେବାଶିଷ ସାମଲ,ଆଶୀଷ ଚୌଧୁରୀ, ବରିଷ୍ଠ ସାମ୍ବାଦିକ ଅଭିମନ୍ୟୁ ଧଳ,ପ୍ରାକ୍ତନ ସେନା ଅଧିକାରୀ ଜୟଦେବ ମୁଦୁଲି, କବି ଡମ୍ବରୁଧର ପରିଡା,ଅରୂପ ନାୟକ,ବାଗ୍ମୀ ପ୍ରଶାନ୍ତ କର,ଶିକ୍ଷକ ନେତା ଭାବଗ୍ରାହୀ ରାଉତ,ସମାଜସେବୀ ରବି ଦାସ,ଆଡଭୋକେଟ ପ୍ରଦୀପ ଦେଓ,ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରହଲ୍ଲାଦ ଧଳ,ଶରତ ପ୍ରଧାନ,ଅଧ୍ୟାପକ ଚନ୍ଦନ ପ୍ରଧାନ,ଯୁବ ଦମାଜସେବୀ ପ୍ରଦୀପ୍ତ ରାଉତରାୟ, ପ୍ରଧାନ ଶିକ୍ଷକ ଶଙ୍କର୍ଷଣ ପରିଡା,ଶିକ୍ଷାବିତ ଧୀରେନ୍ଦ୍ର ବିଶ୍ବାଳ, ରଣଜିତ ସ୍ୱିନ,ନିହାର ରଞ୍ଜନ ସ୍ବାଇଁ, ଅଭୟ ରାୟ,
ଇଂ ସୌମ୍ୟ ରଞ୍ଜନ ରାଉତରାୟ, ଇଂ ସିପ୍ରା ପ୍ରିୟଦର୍ଶୀନି,ଡ଼ଃ ଯୁଗର୍ଣ ସ୍ବାଇଁ,ଦିଲ୍ଲୀପ ରାଉତ,ଲିଟନ ପ୍ରଧାନ,ମଳୟ ରଞ୍ଜନ ସ୍ବାଇଁ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଉଦୟାନାଥ ଙ୍କ ଆଦର୍ଶ ଜୀବନ ସମ୍ପର୍କରେ ଆଲୋକପାତ କରିଥିଲେ।



