ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ନେତାଜୀ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ

ଜେ ବି ଏନ, ୨୩/୦୧/୨୦୨୧, (ରିପୋର୍ଟ,
ପ୍ରଦୀପ କୁମାର କାଣ୍ଡି), କଟକ : ଆଜି ଭାରତମାତାର ସୁଯୋଗ୍ୟ ସନ୍ତାନ ‘ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମହୋଦୟ କଟକ ଓଡ଼ିଆ ବଜାର ସ୍ଥିତ ନେତାଜୀଙ୍କ ଜନ୍ମସ୍ଥାନ ଠାରେ ଥିବା ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହିତ ଖାନନଗର ଠାରେ ‘ କଟକ ନେତାଜୀ ବସ୍ ଟର୍ମିନାଲ୍’ର ଶୁଭ ଶିଳାନ୍ୟାସକୁ ଉଦ୍ଧାଟନ କରିଛନ୍ତି । ହଜାରେ ବର୍ଷର କଟକ ସହରର ଗରିମାକୁ ଏହି ବସ୍ ଟର୍ମିନାଲ୍ ଆହୁରି ବୃଦ୍ଧି କରିବ । ଦେଶ ପାଇଁ , ଜାତି ପାଇଁ ତାଙ୍କର ଅସୀମ ତ୍ୟାଗକୁ ସବୁ ଦିନ ପାଇଁ ଜୀବିତ ରଖୁବ । ନେତାଜୀ ଙ୍କ 125 ତମ ଜୟନ୍ତୀ ଉପଲକ୍ଷେ ପ୍ରାୟ ୧୨ ଏକର ଜମିରେ ନିର୍ମାଣ ହେବାକୁ ଥିବା ଏହି ଟର୍ମିନାଲରେ ଏକା ସାଙ୍ଗରେ ୧୮୦ ଟି ବସ୍ ସହ ୨୭୫ଟି କାର୍ ଓ ଅଟୋ ପାର୍କି ପାଇଁ ବ୍ୟବସ୍ଥା ରହିବ । ପ୍ରାୟ ୧ ଲକ୍ଷ ୧୮ ହଜାର ବର୍ଗଫୁଟ ଅଞ୍ଚଳରେ ତିନି ମହଲା ବିଶିଷ୍ଟ ଟର୍ମିନାଲ ବିଲ୍ଫି ନିର୍ମାଣ କରାଯାଇ ଏଥିରେ ଯାତ୍ରୀଙ୍କ ସୁବିଧାକୁ ଅଗ୍ରାଧୂକାର ଦେଇ ବିଭିନ୍ନ ଅତ୍ୟାଧୁନିକ ବ୍ୟବସ୍ଥାର ବିକାଶ କରାଯିବ । #OdishaCares ନେତାଜୀ କଟକ ମାଟିର ପୁଅ । ଏହି ମାଟି ତାଙ୍କୁ ସେବା ଓ ସଂଗ୍ରାମର ମନ୍ମରେ ଦୀକ୍ଷିତ କରିଥିଲା । କଟକ ‘ ନେତାଜୀ ବସ୍ ଟର୍ମିନାଲ୍’କୁ ଦେଶର ଏକ ମଡେଲ ବସ୍ ଟର୍ମିନାଲ୍ ଭାବେ ଗଢାଯିବ । ଏଠାକୁ ଆସୁଥିବା ପ୍ରତିଟି ଲୋକ ନେତାଜୀଙ୍କ ବାର୍ତ୍ତା ନେଇ ଫେରିବ । ନେତାଜୀଙ୍କ ଦୃଢ଼ ନେତୃତ୍ବ , ଅତୁଳନୀୟ ଦେଶଭକ୍ତି ପାଇଁ ପ୍ରତି ଭାରତୀୟଙ୍କ ହୃଦୟରେ ସେ ଅମର ହୋଇ ରହିବେ । ଏଥିପାଇଁ ପ୍ରିୟ ମୁଖ୍ୟମନ୍ତ୍ରୀ ମହୋଦୟଙ୍କୁ କଟକ ସହରବାସୀଙ୍କ ତରଫରୁ ଅଶେଷ କୃତଜ୍ଞତା ଜ୍ଞାପନ କରିବା ସହିତ ରାଜ୍ୟର ଏକ ପ୍ରମୁଖ ବ୍ୟବସାୟୀକ ପେଣ୍ଠସ୍ଥଳୀ ଭାବେ ସିଲଭର୍ ସିଟି କଟକ ଏହି ଟର୍ମିନାଲ ଦ୍ବାରା ଗମନାଗମନ ଏବଂ ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହେବ ବୋଲି ଦୃଢ଼ ଆଶା ବ୍ୟକ୍ତ କରୁଛି ।




