
ଅନଗୁଳ ଜିଲ୍ଲାରେ ୪ର୍ଥ ଦିବସ ର କୋଭିଡ ଟିକା ପ୍ରଦାନ
(ଜେ ବି ଏନ /ସୁଶାନ୍ତ କୁମାର) ୨୩/୦୧ /୨୦୨୧ ଅନୁଗୋଳ : ଅନଗୁଳ ଜିଲ୍ଲାରେ କୋଭିଡ ଟିକା ୪ର୍ଥ ଦିବସ ରେ ଅନୁଗୋଳ ମୁଖ୍ୟ ଚିକିତ୍ସାଳୟ, ତାଳଚେର ଉପଖଣ୍ଡ ଚିକିତ୍ସାଳୟ ସମେତ ୮ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରଦାନ କରାଯାଇଅଛି। ଏହି ଟୀକାକରଣ ରେ ସର୍ବମୋଟ ୧୬୬୦ ଜଣକୁ ଟୀକା ପ୍ରଦାନ କରାଯାଇଅଛି।

ଏହି ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ର ରେ ୩୭ ଜଣ ଡାକ୍ତର, ୨୫ ଜଣ ଷ୍ଟାଫ ନର୍ସ, ୫୬ ଜଣ ମହିଳା ସ୍ୱାସ୍ଥ୍ୟକର୍ମୀ, ୧୭ ଜଣ ଲବରୋଟୋରି ଟେକ୍ନିସିଅନ, ୬ ଜଣ ଫାର୍ମାସିଷ୍ଟ, ୪ ଜଣ ସିକୁରୀଟି, ୧୬୩ ଆଶା କର୍ମୀ, ୮୦୭ ଅଙ୍ଗନବାଡି କର୍ମୀ, ୧୩ ଜଣ ସଫାଇ କର୍ମଚାରୀ ଓ ୫୩୨ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କର୍ମଚାରୀ ଟୀକା ଗ୍ରହଣ କରିଥଲେ।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ୧୨୬, ବନ୍ତଳା ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ର ୧୬୦ , ବଂଅରପାଳ ସ୍ୱାସ୍ଥ୍ୟ କେନ୍ଦ୍ର ରେ ୧୯୮, ଛେଣ୍ଡିପଦା ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ର ରେ ୨୦୦, କିଶୋର ନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ୧୪୮, ମାଧପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ୨୦୦, କଣିହାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୫୯, ଗୋଡିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ୨୩୯ ଓ ଖମାର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୪୮’ ତାଳଚେର ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ର ରେ ୮୨ ଜଣ ସ୍ୱାସ୍ଥ୍ୟକର୍ମୀ ଟୀକା ନେଇଥିଲେ। 
ଏହିସବୁ ସ୍ଥାନ ରେ ସ୍ୱତନ୍ତ୍ର ଟୀକାକରଣ ସ୍ଥାନ ଚୟନ କରାଯାଇ ପ୍ରତୀକ୍ଷା ସ୍ଥାନ, ଟୀକାକରଣ କକ୍ଷ ଓ ଏକ ନିରୀକ୍ଷଣ କକ୍ଷ ପ୍ରସ୍ତୁତ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଅଭୟ କୁମାର ଦାସ, ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ବିଶ୍ୱ ରଞ୍ଜନ ରଥ ତଥା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ କର୍ମକର୍ତ୍ତା ଓ ଜିଲ୍ଲା ସ୍ତରୀୟ ପରିଚାଳନା କର୍ମକର୍ତ୍ତା ତଦାରଖ କରିଥିଲେ। ଆଜିର ଦିନ ରେ କୌଣସି ଠାରେ ପାର୍ଶ୍ୱ ପ୍ରତିକ୍ରିୟା ପରିଲିକ୍ଷିତ ହୋଇନାହିଁ।



